Only for Entertainment

ପ୍ରସିଦ୍ଧ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରାଙ୍କ ପିତାଙ୍କ ନିଧନ, ଅନ୍ତିମ ସଂସ୍କାରରେ ପହଁଚିଲେ କରଣ ଜୋହରଙ୍କ ସମେତ ଅନେକ ସେଲିବ୍ରିଟି

53

ବଲିଉଡ ପ୍ରସିଦ୍ଧ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରାଙ୍କ ପିତାଙ୍କ ନିଧନ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ ମନୀଷଙ୍କ ପିତା ଅନେକ ସମୟରୁ ଅସୁସ୍ଥ ଥିଲେ ଏବଂ ତାଙ୍କର ବୟୟ ପାଖାପାଖି ୯୦ ଥିଲା । ମନୀଷ ମଲହୋତ୍ରାଙ୍କ ଏହି ଦୁଃଖଦ ସମୟରେ ସାଥ ଦେବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ପହଁଚିଥିଲେ ।

କରଣ ଜୋହରଙ୍କ ଠାରୁ ଆରମ୍ଭ କରି ବୋନୀ କପୁର,ଶବାନା ଆଜମୀ, ଡେବିଡ ଧୱନ ଏବଂ ଶର୍ମିଲା ମାତୋଣ୍ଡକରଙ୍କ ପରି କଳାକାର ସାମିଲ ଥିଲେ । ମନୀଷଙ୍କ ବାନ୍ଦ୍ରା ସ୍ଥିତ ଘରେ ଏହି ସମସ୍ତ ସେଲିବ୍ରିଟି ପହଁଚିଥିଲେ । ଏହି ସମସ୍ତ କଳାକାର ଅନ୍ତିମ ଯାତ୍ରାରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ସୂଚନା ଅନୁସାରେ ମନୀଷଙ୍କ ପିତାଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ସାନ୍ତାକ୍ରୁଜ ଶ୍ମଶାନ ଭୂମିରେ କରାଯାଇଛି । ମନୀଷ ନିଜର ଆକର୍ଷଣୀୟ ଏବଂ ଡିଜାଇନର କଷ୍ଟ୍ୟୁମ ପାଇଁ ବେଶ ଜଣାଶୁଣା । ସେ କେବଳ ଫ୍ୟାସନ ଇଭେଣ୍ଟ ପାଇଁ ନୁହଁନ୍ତି ବରଂ ଫିଲ୍ମ ସହିତ ଅନେକ ସେଲିବ୍ରିଟିଙ୍କ କଷ୍ଟ୍ୟୁମ ମଧ୍ୟ ଡିଜାଇନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More