Only for Entertainment

ଇନ୍ଦିରା ଗାନ୍ଧୀଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହାଁନ୍ତି ଏହି ନାୟିକା ।

pinterest
0 36

ବଲିଉଡରେ ଏବେ ବାୟାପିକର ଟ୍ରେଣ୍ଡ ଚାଲିଛି । ଏହି କ୍ରମରେ ବଲିଉଡର ଇଲୁ ଇଲୁ ଗର୍ଲ ମନିଷା କୋଇରାଲା ସିଲଭର ସ୍କ୍ରିନରେ ଭାରତର ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମନିଷାଙ୍କ କହିବା ଅନୁସାରେ ଯଦି ସୁଯୋଗ ମିଳେ ତେବେ ସେ ଭାରତର ପ୍ରମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହିଁବେ । ମନିଷା ଖୁବ ଶୀଘ୍ର ରାଜକୁମାର ହିରାନୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସଂଜୁ’ରେ ସଂଜୟ ଦତ୍ତଙ୍କ ମା’ ନରଗିସ ଦତ୍ତଙ୍କ ଭୂମିକାରେ ନଜର ଆସିବେ ।

ମନିଷା ଏହା ମଧ୍ୟ କହିଛନ୍ତି, ଭାରତୀୟ ସିନେମାରେ ଆଜିର ସମୟ ଖୁବ ପୋଗ୍ରେସିଭ ସମୟ । ଆଜିକାଲି ଲୋକେ ଭିନ୍ନ ଭିନ୍ନ କାହାଣୀ ଦେଖିବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ମନିଷା କହିଛନ୍ତି, ମୁଁ ଯେ କୌଣସି ଦମଦାର ଚରିତ୍ର ପାଇଁ ସବୁବେଳେ ଉତ୍ସାହିତ ଥାଏ । କିନ୍ତୁ ବାୟୋପିକ ବିଷୟରେ କହିବାକୁ ଗଲେ ମୁଁ ପରଦାରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହିଁବି । ରାଜନୈତିକ ପରିବାର ସହିତ ସମ୍ବନ୍ଧ ଥିବାରୁ ସେ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ୱକୁ ବେଶ ଭଲ ଭାବେ ବୁଝିଛନ୍ତି ।

କହିରଖୁଛୁ ଯେ ମନିଷାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ବଲିଉଡର ଅନେକ ଅଭିନେତ୍ରୀ ଇଚ୍ଛା ବ୍ୟକ୍ତ କରିସାରିଛନ୍ତି । ଅଭିନେତ୍ରା ତାପସୀ ପନ୍ନୁ ଏବଂ କ୍ୟାଟ୍ରିନା କୈଫ ପରଦାରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଆଗ୍ରହୀ ବୋଲି କହିସାରିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ବଦ୍ୟା ବାଲାନ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ଏକ ଫିଲ୍ମ ସାଇନ ମଧ୍ୟ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More