Only for Entertainment

‘ସଂଜୁ’ ରିଲିଜ ପୂର୍ବରୁ ଯନ୍ତ୍ରଣା ଜଣାଇଲେ ମନୀଷା କୋଇରାଲା,ବଲିଉଡରେ ହଙ୍ଗାମା ହୋଇପାରେ ।

amarujala
0 83

ସଂଜୁ ରିଲିଜ ହେବା ପାଇଁ କିଛି ଘଂଟା ବାକି ରହିଛି । ଟ୍ରେଣ୍ଡ ପଣ୍ଡିତଙ୍କ କହିବା ଅନୁସାରେ ଫିଲ୍ମ ପ୍ରଥମ ଦିନରେ ୩୦ କୋଟିର ବମ୍ପର ଓପନିଙ୍ଗ କରିପାରେ । ତେବେ ଏହି ଫିଲ୍ମରେ କେବଳ ରଣବୀର ବହୁ ଦିନ ପରେ ପରଦାକୁ ଫେରିନାହାଁନ୍ତି ବରଂ ମନୀଷା କୋଇରାଲା ମଧ୍ୟ ଲମ୍ବା ସମୟ ପରେ ଫେରିଛନ୍ତି । ଏହି ଫିଲ୍ମରେ ମନୀଷା ନର୍ଗିସ ଦତ୍ତଙ୍କ ଚରିତ୍ରରେ ନଜର ଆସିବେ । ତେବେ ସେ ଫିଲ୍ମକୁ ନେଇ କେତେକ ରାଜ ଖୋଲିଛନ୍ତି । ଆସନ୍ତୁ ଜାଣିବା ସେହି ରାଜ ବିଷୟରେ ।
ବଲିଉଡ ଲାଇଫ ସହ କଥା ହେବା ସମୟରେ ମନୀଷା କହିଛନ୍ତିଯେ ୯୦ ଦଶକରେ ଫିଲ୍ମକୁ ନେଇ ଏତେ ମାତ୍ରାରେ ଚିନ୍ତା ରହୁନଥିଲା । ତେବେ ଫିଲ୍ମର ତୁଳନା କରିବା ସାମାନ୍ୟ ସହଜ ବୋଲି ସେ କହିଛନ୍ତି । ଏବେ ସମସ୍ତେ ନିଜର ୧୦୦ ପ୍ରତିଶତ ଦେବାକୁ ଚାହୁଁଛନ୍ତି । ନୂଆ ଆକ୍ଟର ଆସୁଛନ୍ତି ଏବଂ ଆଗକୁ ବଢିବାକୁ ନେଇ ଖୁବ କଷ୍ଟ ହେଉଛି । ଫିଲ୍ମର କ୍ୱାଲିଟି ବିଷୟରେ ଆଲୋଚନା କରିବା ତ ପୂର୍ବ ଅପେକ୍ଷା ଉନ୍ନତତର ହୋଇଯାଇଛି ।

ମନୀଷାଙ୍କୁ ପ୍ରଶ୍ନ କରାଗଲାଯେ ସେହି ସମୟର ହିରୋ ଏବେ ମଧ୍ୟ ସ୍କିନରେ ହିରୋଇନଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି କିନ୍ତୁ ହିରୋଇନ କାହିଁକି ନୁହଁନ୍ତି । ସେ କହିଲେଯେ ପ୍ରାୟ ହିରୋଇନ ବିବାହ କରି ସାରିଛନ୍ତି ଓ ନିଜ ପରିବାରରେ ବ୍ୟସ୍ତ ଅଛନ୍ତି । କାରଣ ଫିଲ୍ମରେ ଅଭିନୟ କରିବା କତଶ ଭାବିଲେ ଜଣେ ଝିଅକୁ ବିଭିନ୍ନ ଦିଗକୁ ନଜର ରଖିବାକୁ ପଡ଼ିଥାଏ । କିନ୍ତୁ ମେଲ ଆକ୍ଟରଙ୍କ ପରିସ୍ଥିତିରେ ଏହା ହୋଇନଥାଏ । ସେ ଏହା ମଧ୍ୟ କହଇଚନ୍ତିଯେ ଆମ ସହିତ ଯେଉଁମାନେ ହିରୋ ଭାବରେ ନଜର ଆସୁଥିଲେ ସେମାନେ ଆଜି ମଧ୍ୟ ହିରୋ ଭାବରେ ନଜର ଆସୁଛନ୍ତି କିନ୍ତୁ ଝିଅକୁ ଯଦି ୪୦ ବର୍ଷ ହୋଇଯାଉଛି ତେବେ ତାଙ୍କୁ ମା ରୋଲ ଅଫର କରାଯାଉଛି । ଏହାର କାରଣ ମୁଁ ମଧ୍ୟ ବୁଛିପାରୁନାହିଁ ।

ମନୀଷା ସଂଜୟ ଦତ୍ତଙ୍କ ମା ନର୍ଗିସ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ତାଙ୍କ ଚରିତ୍ରକୁ ଖୁବ ପସନ୍ଦ କରାଯାଇଛି । ଫିଲ୍ମ ଆସନ୍ତା କାଲି ରିଲିଜ ହେବ । ଏହା ସଂଜୟ ଦତ୍ତଙ୍କ ବାୟୋପିକ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More