Only for Entertainment

ପ୍ରଥମଥର ୱେବ ସିରିଜରେ ଜାସୁସ ଭୂମିକାରେ ନଜର ଆସିବେ ମନୋଜ ବାଜପେୟୀ, ରିଲିଜ ହେଲା ଟିଜର

Latestly
52

ୱେବ୍ ସିରିଜ ‘ଦ ଫ୍ୟାମିଲ ମ୍ୟାନ’ରେ ଜାସୁସ୍ ବନିଲେ ମନୋଜ ବାଜପେୟୀ । ଆମାଜନ୍ ପ୍ରାଇମ୍ ଏହି ୱେବ୍ ସିରିଜର ଟିଜର ରିଲିଜ କରିଛି । ୱେବ୍ ସିରିଜଟି ଭାରତୀୟ ଗୁଇନ୍ଦା ବିଭାଗର ଜଣେ ପ୍ରତିନିଧୀଙ୍କ ଜୀବନୀ ଉପରେ ଆଧାରିତ । ଯିଏ କି କମ୍ ବେତନ ପାଉଥିବା ବେଳେ ନିଜର ପରିବାରକୁ ରକ୍ଷା କରିବା ସହ ଦେଶକୁ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷା ଦେଇଥିଲେ ।

୪୩ ସେକେଣ୍ଡର ଏହି ଟିଜର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ୱେବ୍ ସିରିଜର ଟ୍ରେଲର ଆସନ୍ତା ୫ତାରିଖରେ ରିଲିଜ ହେବ । ଏଥିରେ ମନୋଜ ବାଜପେୟୀଙ୍କ ସହ ଅଭିନେତ୍ରୀ ପ୍ରିୟାମଣି, ଶାରିବ୍ ହାସମୀ, ଗୁଲ ପନାଗ ଏବଂ ସୁଦିପ୍ କିଶନ୍ ପ୍ରମୁଖ ଭୁମିକାରେ ନଜର ଆସିବେ ।

ମନୋଜଙ୍କ ବିଷୟରେ କହିବାକୁ ଗଲେ ଗ୍ୟାଙ୍ଗ୍ସ ଅଫ ୱାସେପୁର, ଅଲିଗଡ, ରାଜନୀତି ଏବଂ ସତ୍ୟମେବ ଜୟତେ ଭଳି ସୁପରହିଟ ଫିଲ୍ମ ଦେବା ପରେ ପ୍ରଥମଥର ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ’ରେ ଧମାଲ ମଚାଇବା ପାଇଁ ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More