Only for Entertainment

‘ପାଗଳ ମୁଁ ତୋ ପାଇଁ’ରେ ମନୋଜ ମିଶ୍ର

you tube
43

ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସୁନା ଶଂଙ୍ଖାଳି’ରୁ ଓଲିଉଡ଼ରେ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରରେ ଦର୍ଶକତାଙ୍କୁ ଭେଟିଥିଲେ ଖଳ ଚରିତ୍ରରେ । ତେବେ ମନୋଜ ମିଶ୍ର ଦର୍ଶକଙ୍କନିକଟତର ହୋଇଥିଲେ ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ‘ତୁମକୁ ପାରୁନିଭୁଲି’ରେ । ଏଥିରେ ତାଙ୍କର ଖଳନାୟିକୀ ଦର୍ଶକଙ୍କର ପସନ୍ଦ ହୋଇଥିଲା । ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ମୁନ୍ନା । ଏହା ପରେ ମନୋଜ ମିଶ୍ର ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟକରିସାରିଲେଣି । ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି ମନୋଜଙ୍କର ଅଭିନୀତ ଏକ ନୂଆ ଓଡ଼ିଆ ସିନେମା । ଏହାର ଶୀର୍ଷକ ହେଲା ‘ପାଗଳ ମୁଁ ତୋ ପାଇଁ’ ।

ଏହି ସିନେମାରେ ମନୋଜଙ୍କ ଅଭିନୀତଚରିତ୍ରର ନାଆଁ ହେଲା ରାଘବ । କାହାଣୀ ଅନୁଯାୟୀ, ସେ ଜଣେ ଖଳ ପ୍ରକୃତିର ଲୋକ । ସେନାୟିକାର ବଡ଼ ଭାଇ । ନିଜ ଭଉଣୀକୁ ସୁରକ୍ଷା ଦେବାପାଇଁ ସେ କିକି କାରନାମା କରନ୍ତି ତାହାଦେଖିବାକୁ ମିଳିବ ଏନ୍.ପାଢ଼ୀଙ୍କନିର୍ଦ୍ଦେଶିତ ‘ପାଗଳ ମୁଁ ତୋପାଇଁ’ରେ । ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ,ଏହି ସିନେମାରେ ପ୍ରଥମେ ନାକରାତ୍ମକ ଭୂମିକାରେନଜର ଆସିବେ ମନୋଜ । ହେଲେ ପରେ ତାଙ୍କଚରିତ୍ରଟି ସକରାତ୍ମକରେ ପରିଣତ ହୋଇଯାଉଛି । ଏ ବି ଭିଜୁଆଲ୍ ପ୍ରଡ଼କସନ୍ ପ୍ରାଇଭେଟ୍ ନିର୍ମିତ ଏହିସିନେମାର ପ୍ରଯୋଜକ ହେଲେ ସୁଧାଂଶୁ ଜେନା । ଏଥିରେଅଙ୍କିତ କୁମାର, ଲଭ୍ଲି ଲିଲି, ଅନୀତା ଦାସ, ବିଜୁ ବଡ଼ଜେନା,ଜୀବନ ପଣ୍ଡା ଓ ଡ଼. ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣଭୂମିକାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More