Only for Entertainment

ମାଗାଜିନରେ ସ୍ଥାନ ପାଇଲା ବିଶ୍ୱସୁନ୍ଦରୀ ମାନୁଷୀଙ୍କ ଜଲୱା ।

28

ମିସୱାର୍ଲ୍ଡ  ମୁକୁଟ ହାତେଇଥିବା ସୁନ୍ଦରୀ ମାନୁଷୀ ଛିଲ୍ଲାରଙ୍କ ବିୟୁଟି ଓ ଷ୍ଟାଇଲ୍ ସ୍ଥାନ ପାଇଛି ପିକକ୍ ମାଗାଜିନର ନଭେମ୍ବର ମାସ ସଂସ୍କରଣରେ । ମାନୁଷୀଙ୍କୁ ଫିଚର୍ କରି ମାଗାଜିନର ନଭେମ୍ବରର ମାସ ସଂସ୍କରଣ ପାଇଁ କରାଯାଇଥିଲା ଫଟୋସୁଟ୍ । ଯାହାର ଭିଡିଓ ଏବେ ରିଲିଜ୍ ହୋଇଛି ।


ସେନ୍ – ପିକକ୍ କଲେକ୍ସନ୍ ପୋଷାକ ପିନ୍ଧି ଫଟୋସୁଟରେ ନିଜ ଜଲୱା ଦେଖାଇଥିଲେ ବିଶ୍ୱସୁନ୍ଦରୀ । କେତେବେଳେ ବ୍ଲାକ୍ – ଗୋଲଡେନର ଡ୍ରେସ୍ ତ ଆଉ କେତେବେଳେ ତ ଆଉ କେବେଳେ ଗୋଲାପି ରଙ୍ଗର ଡ୍ରେସରେ ନଜର ଆସିଛନ୍ତି ମାନୁଷୀ ।


ଏହି ସବୁ ପୋଷାକରେ ବେଶ୍ ଆଟ୍ରାକ୍ଟିଭ୍ ନଜର ଆସିଛନ୍ତି ଏହି ସୁନ୍ଦରୀ । କେବଳ ସେତିକି ନୁହେଁ ଫଟୋସୁଟ୍ ବେଳେ ଏକ ଇଂଲିଶ୍ ଗୀତରେ ପର୍ଫମ୍ କରିବାରେ ନଜର ଆସିଛନ୍ତି ମାନୁଷି । ବିଶ୍ୱସୁନ୍ଦରୀର ତାଜ୍ ହାତେଇବା ପରେ ଗ୍ଲାମର ଦୁନିଆରେ ମାନୁଷିଙ୍କ କ୍ରେଜ୍ ବଢ଼ୁଥିବା ଦେଖିବାକୁ ମିଳୁଛି । ବଲିଉଡରୁ ଅନେକ ଅଫର୍ ମିଳିଥିଲେ ବି ତାଙ୍କ ବଲିଉଡ୍ ଏଂଟ୍ରିର ସମୟ ଆସିନଥିବା ସବୁବେଳେ ସେ କହିଆସିଛନ୍ତି ।


ହେଲେ ଏକାଧିକ ମାଗାଜିନରେ ତାଙ୍କ ବିୟୁଟି ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଅନେକ ବିଜ୍ଞାପନରେ ବି ମାନୁଷି ଆସିଛନ୍ତି ନଜର । ଆଉ ଏଥର ପିକକ୍ ମାଗାଜିନ୍ ଜରିଆରେ ମାନୁଷୀ ନିଜ ଆଟ୍ରାକ୍ଟିଭ୍ ବିୟୁଟି ପୁଣିଥରେ ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More