Only for Entertainment

ମିସ୍ ୱାଲ୍ଡ ମାନୁଷୀ ଛିଲ୍ଲରଙ୍କ ଚକ୍କରେ ପୁଣିଥରେ ବିବାହ କରିବା ପାଇଁ ଚାହୁଁଛନ୍ତି କରୀନା, ଦେଖନ୍ତୁ ଭିଡିଓ…

Zee News
0 53

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହିତ ବିବାହ କରିବା ପରେ କରୀନା ପୁଣିଥରେ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା କିନ୍ତୁ ଏହା ଆମେ ନୁହେଁ ବରଂ ନିଜେ କରୀନା କହିଛନ୍ତି । ତେବେ କଥାଟି ହେଉଛି ଏପରି ମାନୁଷୀଙ୍କ ଏବଂ କରୀନାଙ୍କ ବିଜ୍ଞାପନକୁ ନେଇ । ବିଶ୍ୱ ସୁନ୍ଦରୀ ଟାଇଟଲ ଜିତିବା ପରେ ମାନୁଷୀ ଛିଲ୍ଲର ଜୁଏଲରୀ ବ୍ରାଣ୍ଡ ମାଲାବାର ଗୋଲ୍ଡ ସହିତ ପ୍ରଥମ ବିଜ୍ଞାପନ କଣ୍ଟ୍ରାକ୍ଟ ସାଇନ କରିଥିବା ଖବର ତ ଆମେ ଆପଣଙ୍କୁ ଦେଇଥିଲୁ । ବର୍ତ୍ତମାନ ଏହି ବିଜ୍ଞାପନଟି ସାମ୍ନାକୁ ଆସିଛି ।

ମାଲାବାର ଗୋଲ୍ଡ ପାଇଁ ଏଯାବତ କରୀନା ବିଜ୍ଞାପନ କରୁଥିବା ନଜର ଆସିଥିଲା । କିନ୍ତୁ ଏହି ନୂଆ ବିଜ୍ଞାପନରେ କରୀନା ଏବଂ ମାନୁଷୀ ଏକାଠି ନଜର ଆସିଛନ୍ତି । ଏହି ବିଜ୍ଞାପନରେ କରୀନା ମାନୁଷୀଙ୍କୁ ତାଙ୍କ ବିବାହ ବିଷୟରେ ପଚାରନ୍ତି । ଏହାର ଉତ୍ତରରେ ମାନୁଷୀ ସୁନ୍ଦର ବିବରଣୀ ଦେଉଛନ୍ତି ଯାହାକୁ ଶୁଣି କରୀନା ପୁଣି ଥରେ ବିବାହ କରିବା ପାଇଁ ମନ ବଳାଇଛନ୍ତି ।

ଆପଣ ମଧ୍ୟ ଦେଖନ୍ତୁ ବିଜ୍ଞାପନ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More