Only for Entertainment

ଗ୍ଲାମର୍ ଗଳିରେ ଏବେ ଚର୍ଚ୍ଚାରେ ରହୁଛନ୍ତି ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲାର୍ , ପିକକ୍ ମାଗାଜିନର ମେକିଂ ଭିଡିଓ ହେଲା ଜାରି !

YouTube
26

ଗ୍ଲାମର୍ ଗଳିରେ ଏବେ ଚର୍ଚ୍ଚାରେ ରହୁଛନ୍ତି ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲାର୍ । ପିକକ୍ ମାଗାଜିନରେ କଭର୍ ଗାର୍ଲ ସାଜି ଏହି ସୁନ୍ଦରୀ ଏବେ ସଭିଁଙ୍କ ଆଟେନ୍ସନ୍ ଡ୍ର କରିଛନ୍ତି । ମାଗାଜିନରେ ନଭେମ୍ବର ମାସ ସଂସ୍କରଣ ପାଇଁ କଭର୍ ଗାର୍ଲ ସାଜିଛନ୍ତି ମାନୁଷି । ଏହି ମାଗାଜିନ୍ ପାଇଁ କିପରି କରାଇଥିଲେ ଫଟୋସୁଟ୍ ଚାଲନ୍ତୁ ଦେଖିବା ।

ମାଗାଜିନରେ ସ୍ଥାନ ପାଇଲା ବିଶ୍ୱସୁନ୍ଦରୀଙ୍କ ଜଲୱା । ମିସୱାଲ୍ଡ ମୁକୁଟ ହାତେଇଥିବା ସୁନ୍ଦରୀ ମାନୁଷୀ ଛିଲ୍ଲାରଙ୍କ ବିୟୁଟି ଓ ଷ୍ଟାଇଲ୍ ସ୍ଥାନ ପାଇଛି ପିକକ୍ ମାଗାଜିନରେ ନଭେମ୍ବର ମାସ ସଂସ୍କରଣରେ । ମାନୁଷୀଙ୍କୁ ଫିଚର୍ କରି ମାଗାଜିନରେ  ନଭେମ୍ବରର ମାସ ସଂସ୍କରଣ ପାଇଁ କରାଯାଇଥିଲା ଫଟୋସୁଟ୍ । ଯାହାର ଭିଡିଓ ଏବେ ରିଲିଜ୍ ହୋଇଛି । ସେନ୍ – ପିକକ୍ କଲେକ୍ସନ୍ ପୋଷାକ ପିନ୍ଧି ଫଟୋସୁଟ୍ରେ ନିଜ ଜଲୱା ଦେଖାଇଥିଲେ ବିଶ୍ୱସୁନ୍ଦରୀ । କେତେବେଳେ ବ୍ଲାକ୍ – ଗୋଲଡେନ ଡ୍ରେସ୍ ତ ଆଉ କେତେବେଳେ ତ ଆଉ କେବେଳେ ଗୋଲାପି ରଙ୍ଗର ଡ୍ରେସରେ ନଜର ଆସିଛନ୍ତି ମାନୁଷୀ । ଏହି ସବୁ ପୋଷାକରେ ବେଶ୍ ଆଟ୍ରାକ୍ଟିଭ୍ ନଜର ଆସିଛନ୍ତି ଏହି ସୁନ୍ଦରୀ ।

କେବଳ ସେତିକି ନୁହେଁ ଫଟୋସୁଟ୍ ବେଳେ ଏକ ଇଂଲିଶ୍ ଗୀତରେ ପର୍ଫମ୍ କରିବାରେ ନଜର ଆସିଛନ୍ତି ମାନୁଷି । ବିଶ୍ୱସୁନ୍ଦରୀର ତାଜ୍ ହାତେଇବା ପରେ ଗ୍ଲାମର ଦୁନିଆରେ ମାନୁଷିଙ୍କ କ୍ରେଜ୍ ବଢ଼ୁଥିବା ଦେଖିବାକୁ ମିଳୁଛି । ବଲିଉଡ୍ରୁ ଅନେକ ଅଫର୍ ମିଳିଥିଲେ ବି ତାଙ୍କ ବଲିଉଡ୍ ଏଂଟ୍ରିର ସମୟ ଆସିନଥିବା ସବୁବେଳେ ସେ କହିଆସିଛନ୍ତି । ହେଲେ ଏକାଧିକ ମାଗାଜିନ୍ରେ ତାଙ୍କ ବିୟୁଟି ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଅନେକ ବିଜ୍ଞାପନରେ ବି ମାନୁଷି ଆସିଛନ୍ତି ନଜର । ଆଉ ଏଥର ପିକକ୍ ମାଗାଜିନ୍ ଜରିଆରେ ମାନୁଷୀ ନିଜ ଆଟ୍ରାକ୍ଟିଭ୍ ବିୟୁଟି ପୁଣିଥରେ ଦେଖାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More