Only for Entertainment

ଆଙ୍ଗୁଠି ଛେଦନ କରି ହୀରା ଲଗାଉଛନ୍ତି ମହିଳା, ଜାଣନ୍ତୁ ଏହି ନିଆରା ଟ୍ରେଣ୍ଡ ସମ୍ପର୍କରେ !

jansatta
0 71

ସାଜସଜା ହେବା ପାଇଁ ନାରୀ ମାନେ ଅନେକ ଉପାୟ ଅବଲମ୍ବନ କରନ୍ତି । ସେହିଭଳି ଶୃଙ୍ଗାର ହେବା ଲାଗି ନିଜର ନାକ, କାନ, ନାଭି ଏବଂ ଆଖି ପତା ଉପରେ ଛେଦନ ହେବା କଥା ଆପଣ ନିହାତି ଭାବେ ଶୁଣିଛନ୍ତି ମାତ୍ର ବର୍ତ୍ତମାନ ସମୟ ପରିବର୍ତ୍ତନ କୁ ନେଇ ମଣିଷ ମଧ୍ୟରେ ଏବଂ ମନୁଷ୍ୟ ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଲୋକମାନେ ଆଙ୍ଗୁଠି ଛେଦନ କରିବାର ନୂଆ ପ୍ରଥା ଆପଣେଇଲେଣି । ଏହା ଖୁବ ବେକରେ ପ୍ରଚଳିତ ହେବାରେ ଲାଗିଛି । ଆଜ୍ଞା ହଁ ଏବେ ଅନେକ ଯୋଡି ନିଜ ନିର୍ବନ୍ଧ ମୁଦିକୁ ଆଙ୍ଗୁଠିରେ ଛେଦନ କରି ପିନ୍ଧୁଛନ୍ତି । ଏହା କରିବା ଦ୍ୱାରା କଷ୍ଟ ହେଉଛି ସିନା ମାତ୍ର ଏହାକୁ ସେମାନେ ନୂତନ ଯୁଗରେ ପ୍ରେମକୁ ଏଭଳି ଜାହିର କରିବାର ନୂଆ ପ୍ରକ୍ରିୟା ବୋଲି କହିଛନ୍ତି । ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ଥିବା ବିଶ୍ୱାସକୁ ଅଧିକ ମଜଭୂତ ସାବ୍ୟସ୍ତ କରୁଛି ।


ରିଂଗୂ ପିଅରସିଂ କଷ୍ଟ ସିନା ହୁଏ ମାତ୍ର ରିଂଗ ପିନ୍ଧିବାଦ୍ୱାରା ପରେ ମୁଦି ଖୋଲିଲେ ହାତରେ ଦାଗ ମଧ୍ୟ ହୋଇଯାଏ । ଏହାଦ୍ୱାରା ଆପଣ ଚାହିଁଲେ ମଧ୍ୟ ସମ୍ପୂଣ୍ଣ ଭାବେ ସମ୍ବନ୍ଧରୁ ବାହାରି ପାରନ୍ତି ନାହିଁ । ତେଣୁ ଏହା ଏକ ମଜଭୂତ କମିଟମେଂଟର ପ୍ରକ୍ରିୟା ଅଟେ ।


ଅନେକ ଲୋକ ଏପରି ଅଛନ୍ତି ଯାହାଙ୍କୁ ବଡ ବଡ ମୁଦି ପିନ୍ଧିବାକୁ ପସନ୍ଦ ହୋଇନଥାଏ । ଏଭଳି ବ୍ୟକ୍ତି ରିଂଗ ପିଅରସିଂ କରି ପାରିବେ । ଏହାକୁ କରିବା ପାଇଁ ୨ଖଣ୍ଡ ଗହଣାର ଫ୍ଲାଟ ଭାଗକୁ ତ୍ୱଚା ମଧ୍ୟରେ ପ୍ରବେଶ କରାଯାଇଥାଏ । ହୀରାକୁ ଏହି ପ୍ରକ୍ରିୟାରେ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି ।

ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ ଯଦି ଦାମୀ ମୁଦି ଜଣେ ବ୍ୟକ୍ତି ପିନ୍ଧୁଛି ଏହା ହଜିଗଲେ କଷ୍ଟ ଅନୁଭବ ହୁଏ ।ମାତ୍ର ଏହି ପ୍ରକ୍ରିୟାରେ ମୁଦି ପିନ୍ଧିବା ଦ୍ୱାରା ହଜିବାର ଭୟ ନଥାଏ । ଏହାସହ ଆପଣଙ୍କ ପ୍ରେମ ସମ୍ପର୍କ ଗଭୀର ହୋଇଥାଏ ।
ମାତ୍ର ତ୍ୱଚା ବିଶେଷଜ୍ଞ ଏପରି ଛେଦନକୁ ସଠିକ ବୋଲି ଭାବୁ ନାହାନ୍ତି । ତାଙ୍କ ମତ ଅନୁସାରେ ଏପରି ଆଙ୍ଗୁଠି ଛେଦନ କରି ମୁଦି ପିନ୍ଧିବା ଶରୀର ପାଇଁ କ୍ଷତିକାରକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More