Only for Entertainment

ରିଲିଜ ହେଲା ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଆଉ ଏକ ଜବରଦସ୍ତ ଗୀତ ମଂଜୁରେ ଖୁଦା

LatestLY
26

ରିଲିଜ ହେଲା ଆକ୍ସନ୍ – ଆଡଭେନ୍ଚର୍ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଆଉ ଏକ ଜବରଦସ୍ତ ଗୀତର ଟିଜର । ଯାହାର ଟାଇଟେଲ୍ ରହିଛି ‘ମଂଜୁରେ ଖୁଦା’ । ଗୀତରେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଆକର୍ଷଣୀୟ ଲୁକ୍ସ ଓ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଏହାସହ ଅଭିନେତା ଆମିର୍ ଖାନ ଓ ଅମିତାଭ ବଚ୍ଚନଙ୍କ ଭିତରେ ଖଣ୍ଡା ଲଢେଇ ବି ଏହି ଗୀତରେ ସ୍ଥାନ ପାଇଛି । ଅଜୟ – ଅତୁଲଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ୍, ସୁନିଧି ଚୌହ୍ୱାନ, ଏବଂ ସୁଖୱିନ୍ଦର୍ ସିଂ । ୮ ନଭେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର ଠଗ୍ସ ଅଫ୍ ହିନ୍ଦୋସ୍ତାନ ।


ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତକୁ ରିଲିଜ କରାଯାଇଛି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । କହିରଖୁଛୁ ଯେ, ଫିଲ୍ମରେ ପ୍ରଥମଥର ପାଇଁ ଆମିର ଖାନ ଏବଂ ଅମିତାଭ ବଚ୍ଚନ ଏକା ସହିତ ସ୍କ୍ରିନ ସେୟାର କରିଛନ୍ତି । ଆମିର ଏବଂ ଅମିତାଭ ଏବଂ କ୍ୟାଟ୍ରିନାଙ୍କ ବ୍ୟତିତ ଫିଲ୍ମରେ ଫାତିମା ସନା ଶେଖ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More