Only for Entertainment

ଅକାଳରେ ଆଖି ବୁଜିଲେ ମରାଠା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟିକା ଗୀତା ମାଲି !

45

ଅକାଳରେ ଆଖି ବୁଜିଲେ ମରାଠା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟିକା ଗୀତା ମାଲି । ସଡକ ଦୁର୍ଘଟଣାରେ ଗୀତାଙ୍କ ଦେହାନ୍ତ ହୋଇଥିବାବେଳେ ତାଙ୍କ ସ୍ୱାମୀ ବିଜୟ ମାଲୀ ଗମ୍ଭୀରଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୀତା ଆମେରିକାରୁ ଇଭେଂଟ ଶେଷ କରି ମୁମ୍ବାଇରେ ପହଁଚିଥିଲେ । ମୁମ୍ବାଇ ବିମାନବନ୍ଦରରୁ ନାସିକ ନିଜ ଘରକୁ ଯାଉଥିବା ସମୟରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଥିଲା ।

ଘଟଣାସ୍ଥଳରେ ଗୀତାଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୨ମାସ ଆମେରିକାରେ ରହିବା ପରେ ମୁମ୍ବାଇ ଫେରିଥିଲେ ଗୀତା । ଏହାକୁ ନେଇ ସେ ବେଶ ଖୁସି ଥିବା ସହ ବିମାନବନ୍ଦରରୁ ସେଲଫି ଉଠାଇ ନିଜ ଫେରିବା ସମ୍ବନ୍ଧରେ ସୂଚନା ଦେଇଥିଲେ । ତେବେ ଫଟୋ ପୋଷ୍ଟ’ର କିଛି ଘଂଟା ମଧ୍ୟରେ ତାଙ୍କ ମୃତ୍ୟୁ ଖବର ପରିବାର ଓ ପ୍ରଶଂସକଙ୍କୁ ଝଟକା ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More