Only for Entertainment

ନିଞ୍ଜା ୱାରିଅର ଭୂମିକାରେ ରାଧିକା ମଦାନ, ରିଲିଜ ହେଲା ଫିଲ୍ମର ନୂଆ ପୋଷ୍ଟର

insta pic of radhika madan
35

‘ମାମି ଚଳଚ୍ଚିତ୍ର ମହୋତ୍ସବ’ରେ ମୁକ୍ତିଲାଭ କରିସାରିଥିବା ରୋନି ସ୍କ୍ରୁୱାଲାଙ୍କ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଚଳିତ ମାସ ଶେଷ ଭାଗରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ‘ମିଡନାଇଟ ମାଡନେସ’ ପୁରସ୍କାର ପାଇ ସାରିଥିବା ହାସ୍ୟ ରସଧର୍ମୀ ଫିଲ୍ମଟି ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାଧିକା ମଦାନଙ୍କ ସହ ନବାଗତ ଅଭିମନ୍ୟୁ ଦାସାନୀ ଯେ କି ମୈନେ ପ୍ୟାର କିୟାର ପ୍ରସିଦ୍ଧ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ।

 

ଫିଲ୍ମରେ ରାଧିକା ବ୍ଲାକ ବେଲ୍ଟ ନିଞ୍ଜା ୱାରିଅର ‘ସୁପରୀ’ ଭୂମିକାରେ ନଜର ଆସିବେ । ପଟାଖା ପରେ ରାଧିକାଙ୍କର ଏହା ଦ୍ୱିତୀୟ ଫିଲ୍ମ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ରାଧିକାଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳିଥିଲା । ଟମ ବୟ ସ୍ୱଭାବର ରାଧିକା ନିଜ ପ୍ରଥମ ଫିଲ୍ମରେ ମଧ୍ୟ ସେହିପରି ଭୂମିକାରେ ନଜର ଆସିଥିଲେ । ଯେ କେବଳ କଳି ଝଗଡାରେ ଲିପ୍ତ ରହୁ ଥିଲେ । ତେବେ ନିଞ୍ଜା କିମ୍ବା କୌଣସି ସାମରିକ କଳାକୁ ନେଇ ପରଦାରେ ଅଭିନୟ କରିବା ତାଙ୍କ ପାଇଁ ନୂଆ । ସୁଟିଂ ପୂର୍ବରୁ ରାଧିକା ଏହା ଉପରେ କଠିନ ତାଲିମ ନେଇଛନ୍ତି ବୋଲି ଶୁଣିବାକୁ ମିଳିଛି । ଫିଲ୍ମ ୨୧ ମାର୍ଚ୍ଚରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More