Only for Entertainment

ସେକ୍ସୁଆଲ ହାରାସମେଂଟ ଉପରେ ପର୍ଯ୍ୟବେଷିତ ଫିଲ୍ମର ଏହି ଲାଇନ ପଢି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଅଭିନେତ୍ରୀ

99

ହଲିଉଡ ଫିଲ୍ମ ବାମ୍ବଶେଲ ଆଜିକାଲି ଖୁବ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମକୁ ଖୁବ ସକରାତ୍ମକ ରେସପନ୍ସ ମିଳୁଛି । ଫିଲ୍ମରେ ନିକୋଲ କିଡମ୍ୟାନ, ଚାର୍ଲିଜ ଥେରାନ୍ ଏବଂ ମାର୍ଗୋ ରବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଫକ୍ସ ନ୍ୟୁଜରେ କାମ କରୁଥିବା କିଛି ମହିଳାଙ୍କ ସେକ୍ସୁଆଲ ହାରାସମେଂଟ ଉପରେ ଆଧାରିତ ଏକ ସତ୍ୟ ଘଟଣା । ଏହି ଫିଲ୍ମରେ କାମ କରିବା ପରେ ଫିଲ୍ମର ନାୟକ ମଧ୍ୟ ନିଜ ପିଲାଙ୍କ ସହିତ ଏବେ ଏହି ବିଷୟରେ ସହଜରେ କଥା ହୋଇ ପାରୁଛନ୍ତି ।

ଅଭିନେତ୍ରୀ ମାର୍ଗୀ ରବି କହିଲେଯେ, ଯେତେବେଳେ ମୁଁ ଏହି ଫିଲ୍ମର ସ୍କ୍ରିପ୍ଟ ଦେଖିିଲି ଏଭଳି ଏକ ଲାଇନ ପଢିଲି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । କାରଣ ସେଥିରେ ଲେଖାଥିଲାଯେ, ଅନୱାଂଟେଡ ସେକ୍ସୁଆଲ ଆଟେମ୍ପଟ ମଧ୍ୟ ସେକ୍ସୁଆଲ ହାରାସମେଂଟ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ । କାରଣ ମୁଁ ଜାଣି ନଥିଲି ଏହା ମଧ୍ୟ ସେକ୍ସୁଆଲ ହାରାସମେଂଟ । ମୁଁ ଭାବିଥିଲିଯେ କେବଳ ଫିଜିକଲ କଂଟାକ୍ଟ ହିଁ ଏହାର ଅନ୍ତର୍ଭୁକ୍ତ ।

କହିରଖୁଛୁ ଫିଲ୍ମରେ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିବ । ଯେଉଁଥିରେ କମ୍ପାନୀର ବସ୍ ଉପରେ ସେକ୍ସୁଆଲ ହାରାସମେଂଟ ଅଭିଯୋଗ ଲାଗିଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More