Only for Entertainment

ମୁକ୍ତିଲାଭ କଲା ଏସ୍.ପି ଚୌହ୍ୱାନର ଇମୋସ୍ନାଲ୍ ଗୀତ ‘ମରହମ୍’

LyricsBell.com
25

ଆଗାମୀ ବଲିଉଡ୍ ମୁଭି ଏସ୍.ପି ଚୌହ୍ୱାନର ଇମୋସ୍ନାଲ୍ ଗୀତ ‘ମରହମ୍’ ମୁକ୍ତିଲାଭ କରିଛି । ଗୀତରେ ଶୁଣିବାକୁ ମିଳିଛି ସୋନୁ ନିଗମଙ୍କ ଆକର୍ଷଣୀୟ ଗାୟିକି । ସିନେମାର କାହାଣୀ ଏକ ସତ କାହାଣୀ ଉପରେ ଆଧାରିତ ହୋଇଥିବାବେଳେ, ଫିଲ୍ମରେ ଅଭିନେତା ଜିମି ସେର୍ଗିଲଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମରେ ଜିମିଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ୟୁଭିକା ଚୌଧୁରୀ । ଫିଲ୍ମର ରିଲିଜ୍ ହୋଇଥିବା ଇମୋସ୍ନାଲ୍ ଗୀତ ମରହମ୍ରେ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ମନଛୁଆଁ ଗାୟିକି ପୁଣିଥରେ ଶୁଣିବାକୁ ମିଳିଛି । ଏହି ଇମୋସ୍ନାଲ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଭାସ୍ । ଏବଂ ଗୀତରେ ଲିରିକ୍ସ ଦେଇଛନ୍ତି ଅଭେନ୍ଦ୍ର କୁମାର୍ ଉପାଧ୍ୟୟ । ଏହି ଅପକମିଂ ସିନେମାର ପ୍ରଯୋଜନା କରିଛନ୍ତି ମୟଙ୍କ ରାଘଭ୍, ଦୀପ୍ତି ରାଘଭ୍ ଓ ଶୀବାନୀ ଚୌହ୍ୱାନ । ଆଉ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମନୋଜ୍ କୁମାର୍ ଝା । ଫେବୃୟାରୀ ୭ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଏସ୍.ପି ଚୌହ୍ୱାନ୍ – ଅ ଷ୍ଟ୍ରଗଲିଂ ମ୍ୟାନ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More