Only for Entertainment

ରିଲିଜ ହେଲା ଫିଲ୍ମ ‘ମରଜାୱାଁ’ର ଆଇଟମ୍ ଗୀତ ‘ଏକ୍ ତୋ କମ୍ ଜିନ୍ଦଗାନି’, ଦେଖନ୍ତୁ !

DNA India
48

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଚଳଚ୍ଚିତ୍ର ‘ମରଜାୱାଁ’ର ଆଇଟମ୍ ଗୀତ ‘ଏକ୍ ତୋ କମ୍ ଜିନ୍ଦଗାନି’ ମୁକ୍ତିଲାଭ କରିଛି । ବଲିଉଡର ଲେଟେଷ୍ଟ ଡ୍ୟାନ୍ସିଂ ସେନସେସନ୍ ନୋରାହ୍ ଫତେହିଙ୍କୁ ଦେଖିବାକୁ ମିଳିଛି ଏହି ଗୀତରେ । ନୋରାଙ୍କ ଆକର୍ଷଣୀୟ ଡ୍ୟାନ୍ସ ଏହି ଗୀତକୁ କରିଛି ଆଟ୍ରାକ୍ଟିଭ୍ । ନୋରାଙ୍କ ସହିତ ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବିଗତ ଦିନର ସୁପରହିଟ୍ ଗୀତକୁ ନେଇ ରିକ୍ରିଏଟ୍ କରିଛନ୍ତି ମେକର୍ । ଆଉ ଏହି ନୂଆ ଭର୍ସନ୍ ଗୀତରେ କଣ୍ଠଦାନ୍ କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କ୍କକର୍ ଓ ୟଶ୍ ନାଭରେକର୍ । ନେହା ଜବରଦସ୍ତ ଗାୟିକୀ ସାଙ୍ଗକୁ ନୋରାଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଏହି ନୂଆ ଭର୍ସନ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି । ଟି-ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି । ୮ ନଭେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମରଜାୱାଁ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More