Only for Entertainment

ମରଜାୱାଁ ନୂଆ ପୋଷ୍ଟର ରିଲିଜ, ଜାରି ହେଲା ତିନୋଟି ପୋଷ୍ଟର

hindirush
94

ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ଖୁବଶୀଘ୍ର ମିଳାପ ଜାଭେରୀଙ୍କ ଫିଲ୍ମ ମରଜାୱାଁ’ରେ ନଜର ଆସିବେ । ଏଥିରେ ତାଙ୍କ ସହିତ ଷ୍ଟୁଡେଂଟ ଅଫ ଦ ଇୟର ଟୁ’ରେ ନଜର ଆସିଥିବା ନବାଗତା ନାୟିକା ତାରା ସୁତାରିୟା ନଜର ଆସିବେ । ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା ଏବଂ ଏହାର ୩ଟି ପୋଷ୍ଟର ରିଲିଜ ହୋଇସାରିଛି ।

 

ଏହି ପୋଷ୍ଟରରେ ସିଦ୍ଧାର୍ଥ ଏବଂ ରିତେଶ ଦେଶମୁଖ ନଜର ଆସିଛନ୍ତି । ଦୁଇଜଣଙ୍କୁ ପୋଷ୍ଟରରେ ଖୁବ ଆଗ୍ରେସିଭ ଥିବାର ଦେଖିବାକୁ ମିଳିଛି । ଦୁଇଜଣଙ୍କୁ ଦେଖି ଏଭଳି ଲାଗୁଛି ଯେପରି ଉଭୟଙ୍କ ମନରେ କୌଣସି କଥାକୁ ନେଇ କ୍ରୋଧ ରହିଛି ।ପୋଷ୍ଟରରେ ଲେଖାଅଛି ଇସ୍କ ମେଁ ମାରୁଙ୍ଗା ଭି ଔର ମରୁଙ୍ଗା ଭି ।

 

ପ୍ରଥମ ପୋଷ୍ଟରକୁ ରିତେଶ ପୋଷ୍ଟ କରିଛନ୍ତି । ଦ୍ୱିତୀୟ ପୋଷ୍ଟରକୁ ସିଦ୍ଧାର୍ଥ ପୋଷ୍ଟ କରିଛନ୍ତି । ଏଥିରେ ଲେଖା ଅଛି ‘କମିନେପନ ହି ହାଇଟ ତିନ ଫୁଟ’ । ତୃତୀୟ ପୋଷ୍ଟରକୁ ରିତେଶ ଏବଂ ସିଦ୍ଧାର୍ଥ ଉଭୟ ଶେୟାର କରିଛନ୍ତି । ନୁସରତ ଭରୁଚାଙ୍କର ଏକ ଆଇଟମ ଗୀତ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମରେ ରକୁଲ ପ୍ରୀତ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More