Only for Entertainment

ରିଲିଜ ହେଲା ଫିଲ୍ମ ‘ମରଜାୱାଁ’ର ଦ୍ୱିତୀୟ ଟ୍ରେଲର, ଦେଖିବାକୁ ମିଳିଲା ରଘୁ-ଜୋୟାର ଅଧୁରା ପ୍ରେମ କାହାଣୀ

Latestly
25

ନିର୍ଦ୍ଦେଶକ ମିଲାପ ଜାଭରୀଙ୍କ ଆଗାମୀ ଫିଲ୍ମ ‘ମରଜାୱାଁ’ର ଦ୍ୱିତୀୟ ଟ୍ରେଲର କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଟ୍ରେଲରର ଆରମ୍ଭ ସିଦ୍ଧାର୍ଥ ମଲହୋତ୍ରା (ରଘୁ) ଓ ତାରା ସୁତାରିଆ (ଜୋୟା)ଙ୍କ ପରିଚୟରୁ ଆରମ୍ଭ ହୋଇଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ରଘୁ ଜୋୟାକୁ ଦେଖିବା ପରେ ପ୍ରେମରେ ପଡିଯାଇଛି ଏବଂ ଜୋୟା ସହିତ ଲମ୍ବା ଜୀବନ ବିତାଇବା ପାଇଁ ଇଚ୍ଛା ପ୍ରକାଶ କରୁଛି । କିନ୍ତୁ ରଘୁ ଓ ଜୋୟା ମ୍ୟରେ ବଢୁଥିବା ସମ୍ପର୍କକୁ ନେଇ ରକୁଲ ପ୍ରିତ ସିଂ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ଜୋୟାକୁ ରଘୁ ଠାରୁ ଦୂରେଇକୁ ଚେଷ୍ଟା କରୁଛନ୍ତି । ଏହାପରେ ରିତେଶ ଦେଶମୁରଖଙ୍କ ଧମକାଦାର ଏଣ୍ଟ୍ରି ଦେଖିବାକୁ ମିଳିଛି ଯାହା ରଘୁ ଏବଂ ଜୋୟାର ଜୀବନକୁ ପରିବର୍ତ୍ତନ କରିଦେଇଛି । ଶେଷରେ ରଘୁ ହିଁ ଜୋୟାକୁୂ ଗୁଳି କରି ମାରୁଥିବା ଦେଖିବାକୁ ମିଳିଛି । ଟ୍ରେଲର ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି ଯେ ରଘୁ ଜୋୟାକୁ କାହିଁକି ମାରିଲା ?

ଏହା ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ଏବଂ ଗୀତ ରିଲିଜ ହୋଇଛି ଯାହାକୁ ଦର୍ଶିକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିଆ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମ ୧୫ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More