Only for Entertainment

ରିଲିଜ ହେଲା ମରଜାୱା ଫିଲ୍ମର ଜବରଦସ୍ତ ଗୀତ ‘ହଇୟା ହୋ’, ନଜର ଆସିଲା ରକୁଲଙ୍କ ହଟ୍ ଅନ୍ଦାଜ !

39

ଆଗାମୀ ବଲିଉଡ୍ ରୋମାଂଟିକ୍- ଡ୍ରାମା ଫିଲ୍ମ ‘ମରଜାୱାଁ’କୁ ନେଇ ଚର୍ଚ୍ଚାରେ ଅଭିନେତା ସିଦ୍ଧାର୍ତ ମଲହୋତ୍ରା ଓ ଅଭିନେତ୍ରୀ ତାରା ସତାରିଆ । ଦୁହିଁଙ୍କୁ ପରଦାରେ ପ୍ରଥମ ଥର ପାଇଁ ରୋମାନ୍ସ କରିବାରେ ଦେଖିବାକୁ ମିଳିବ ଏହି ସିନେମାରେ । ସିଦ୍ଧାର୍ଥ ପୂର୍ବରୁ ନିଜ ଅଭିନୟ ଜରିଆରେ ବଲିଉଡରେ ପ୍ରତିଷ୍ଠିତ ହୋଇଥିବାବେଳେ, ତାରାଙ୍କ ଏହା ଦ୍ୱିତୀୟ ଫିଲ୍ମ ହେବାକୁ ଯାଉଛି ।

ନିକଟରେ ଏହି ଫିଲ୍ମର ଅନେକ ଗୀତ ରିିଲିଜ ହୋଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ସେହିଭଳି ଏବେ ଆଉ ଏକ ଗୀତ ରିିଲିଜ ହୋଇଛି । ଯେଉଁଥିରେ ରାକୁଲଙ୍କୁ ଦେଖିବାକୁ ମିଳିଛି । ଏହି ଗୀତରେ ରକୁଲଙ୍କ ଜବରଦସ୍ତ ଲୁକ ଏବଂ ଡାନ୍ସ ଗୀତକୁ କରିଛି ଖୁବ ମନଲୋଭା । ତେବେ ଏହି ଗୀତରେ ରକୁଲଙ୍କ ସହ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଗୀତରେ କଣ୍ଠଦାନ କରିଛନ୍ତି ତୁଲସୀ କୁମାର ଏବଂ ଜୁବିନ୍ ଏବଂ ସଂଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତନିଷ୍କ ବାଗଚୀ ।

ତେବେ ଗୀତ ବିଷୟରେ କହିବାକୁ ଗଲେ ଏହା ଏକ ପୁରୁଣା ଗୀତ ରିମେକ ଅଟେ । ଗୀତର ବୋଲ ରହିଛି ‘ହୟା ହୋ’ । ପୁରୁଣା ଗୀତରେ ଜୋଲି ମୁଖାର୍ଜୀ ଏବଂ ସପନା ମୁଖାର୍ଜୀଙ୍କ ଗାୟକି ଶୁଣିବାକୁ ମିଳିଥିଲା ଏବଂ ସଂଗୀତ ନିର୍ଦ୍ଦେଶନା ଭାର ତୁଲାଇଥିଲେ ଲକ୍ଷ୍ମୀକାନ୍ତ ଏବଂ ପ୍ୟାରେଲାଲ । ଦୀପାବଳିରେ ଏହି ଗୀତ ଧମାଲ ମଚାଇବ ବୋଲି ମେକର୍ସ ଆଶା ରଖିଥିବା ବେଳେ ଏହା କେତେ କମାଲ ଦେଖାଇବ ଚାଲନ୍ତୁ ଦେଖିବା –

ପ୍ରଥମ ଥର ପାଇଁ ସିଦ୍ଧାର୍ଥ ଓ ତାରାଙ୍କ ଯୋଡି ପରଦାରେ କରିବେ ରୋମାନ୍ସ । ଦୁହିଁଙ୍କୁ ନେଇ ଏକ ଆକର୍ଷଣୀୟ ପ୍ରେମ କାହାଣୀକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ ।

ଟିସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ଜାଭେରି । ୮ ନଭେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମରଜାୱାଁ’ । ଯାହାକୁ ଅପେକ୍ଷା କରିଛନ୍ତି ମେକର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More