Only for Entertainment

ନବ ବିବାହିତ ଦମ୍ପତ୍ତି ଘରେ ରଖନ୍ତୁ ନାହିଁ ଏହି ସମସ୍ତ ଜିନିଷ ।

youtube
25

ଅଧିକାଂଶ ବ୍ୟକ୍ତିି ବାସ୍ତୁ ଉପରେ ଖୁବ ବିଶ୍ୱାସ କରନ୍ତି । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି କଥାକୁ ଗ୍ରହଣ କରିପାରିବେ । କାରଣ କୁହାଯାଏ ଯଦି ଆପଣ ବାସ୍ତୁ ଅନୁସାରେ ସମସ୍ତ ଜିନିଷକୁ ଠିକ ସ୍ଥାନରେ ରଖନ୍ତି ନାହିଁ ତେବେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଛୋଟ ଛୋଟ ଭୁଲକୁ ମଧ୍ୟ ନଜର ଅନ୍ଦାଜ କରିବା ଅନୁଚିତ । ତେବେ ସେହିଭଳି କିଛି ବାସ୍ତୁ କଥା ରହିଛି ନବ ବିବାହିତ ଦମ୍ପତ୍ତିକୁ ନେଇ ।

କୁହାଯାଏ ନୂଆ କରି ବିବାହ କରିଥିବା ଦମ୍ପତ୍ତି ନିଜ ଶୋଇବା ଘରେ ଅଧିକ ଗଦି ରଖିବା ଅନୁଚିତ । ଏହା ଦ୍ୱାରା ପତି ଓ ପତ୍ନୀଙ୍କ ମଧ୍ୟରେ ଦୂରତା ଆସିଯାଏ ।

ଶୋଇବା ଘରେ ଅଧିକ ରଶ୍ମୀ ଥିବା ଆଲୋକ ବ୍ୟବହାର କରିବା ଅନୁଚିତ । ଏଭଳି କଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢିଥାଏ । ତେଣୁ ସର୍ବଦା ହାଲକା ରଙ୍ଗର ଆଲୋକ ଲଗାଇବା ଉଚିତ ।

ଶୋଇବା ଘରେ ଅଧିକ ଇଲେକ୍ଟ୍ରୋନିକ ଜିନିଷ ରଖିବା ଅନୁଚିତ । ଏହା ଦ୍ୱାରା ନକରାତ୍ମକ ଶକ୍ତି ବଢିଥାଏ ଏବଂ ଉଭୟଙ୍କ ମଧ୍ୟରେ ଭଲପାଇବା କମ ହୋଇଯାଏ ।

ଜୋତା ଓ ଚପଲ ଆଦି ରଖିବା ଅନୁଚିତ । ଏହା ଦ୍ୱାରା ମୁଡ ଖରାପ ହୋଇଯାଏ ଏବଂ ମନ ଘରେ ଲାଗେନହିଁ ।

ବେଡ ସାମ୍ନାରେ କେବେ ମଧ୍ୟ ଦର୍ପଣ ରଖିବା ଅନୁଚିତ । ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୁଏ । କାରଣ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More