Only for Entertainment

ବିବାହିତ ମହିଳାମାନେ ଭୂଲରେ ବି ଅନ୍ୟକୁ ଦିଅନ୍ତୁ ନାହିଁ ଏ ସମସ୍ତ ଜିନିଷ, ସମ୍ପର୍କରେ ଫାଟ ଆସିପାରେ ।

GoMama247
0 59

ଅଧିକାଂଶ ସମୟରେ ବିବାହିତ ମହିଳାମାନେ ନିଜ ଜିନିଷକୁ ନିଜ ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଶେୟାର କରନ୍ତି । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଅନ୍ୟକୁ ଦେବା ଅନୁଚିତ । କାରଣ ଅନ୍ୟକୁ ଦେବାଦ୍ୱାରା ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ଜିନିଷ ବିଷୟରେ ଯାହାକୁ ଜଣେ ବିବାହିତା ନାରୀ ଅନ୍ୟମାନଙ୍କୁ ଦେବା ଅନୁଚିତ ।
କାଜଲ:
ଭୂଲ୍ରେ ବି ଅନ୍ୟମାନଙ୍କୁ ନିଜ କାଜଲ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ପ୍ରତି ଆପଣଙ୍କ ସ୍ୱାମୀଙ୍କ ଭଲପାଇବା କମ ହୋଇଯାଏ । ଏହା ବ୍ୟତୀତ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ ।
ସିନ୍ଦୁର:
ବିବାହିତ ନାରୀର ପ୍ରତୀକ ହେଉଛି ସିନ୍ଦୁର, ତେଣୁ କେବେ ମଧ୍ୟ ନିଜେ ବ୍ୟବହାର କରୁଥିବା ସିନ୍ଦୁର ଅନ୍ୟକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । । ନିଜ ସିନ୍ଦରକୁ ଅନ୍ୟ ମାନଙ୍କୁ ଦେବା ଦ୍ୱାରା ଅଶୁଭ ହୋଇଥାଏ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିନ୍ଦୁରକୁ କେବେ ମଧ୍ୟ ଅନ୍ୟ ସାମ୍ନାରେ ଲଗାନ୍ତୁ ନାହିଁ ।
ବିନ୍ଦି:
ଅଧିକାଂଶ ସମୟରେ ଆମ ଘରକୁ ଆସିଥିବା ଅତିଥି ବିନ୍ଦି ଲଗାଇବା ପାଇଁ ଖୋଜିଥାନ୍ତି, ଆପଣ ସେହି ସମୟରେ ହଠାତ୍ କିଛି ନ ଭାବି ନିଜ ବିନ୍ଦିକୁ ସେମାନଙ୍କୁ ଲଗାଇବାକୁ ଦେଇ ଦିଅନ୍ତି, କିନ୍ତୁ ଏପରି କରିବା ଅନୁଚିତ,ଏବଂ ମଥାରୁ ବିନ୍ଦ ବାହାର କରି କେବେ ମଧ୍ୟ ଅନ୍ୟକୁ ଦିଅନ୍ତୁ ନାହିଁ ।
ଚୁଡି କିମ୍ବା ପାଉଁଜି:
ଚୁଡି ହେଉ କିମ୍ବା ପାଉଁଜି । ଏହାକୁ ବି ଅନ୍ୟମାନଙ୍କ ସହ ଶେୟାର କରିବା ଫଳରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ଦୂରତା ବୃଦ୍ଧି ପାଏ । ଆପଣଙ୍କ ପ୍ରତି ସ୍ୱାମୀଙ୍କ ଭଲପାଇବା କମିବାରେ ଲାଗେ । ତେଣୁ ଏହି ସବୁ ଭୁଲ ଠାରୁ ଦୂରରେ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More