Only for Entertainment

ହଲିଉଡ୍ ଡି.ଜେ ମାର୍ସମେଲୋ ଭାରତରେ ଶୋ’ କରିବା ପୂର୍ବରୁ ସହିଦଙ୍କ ପାଇଁ କଲେ ନୀରବ ପ୍ରାର୍ଥନା !

27

କଶ୍ମୀର ପୁଲୱାମାରେ ଭାରତୀୟ ସେନାଙ୍କ ଉପରେ ହୋଇଥିବା ହମଲାରେ ୪୦ଜଣ ଜବାନ ସହିଦ ହୋଇଥିଲେ । ଦେଶ ଜବାନଙ୍କ ଏଭଳି ପରିସ୍ଥିତିକୁ ନେଇ ଦୁଃଖୀ ଏବଂ ଆତଙ୍କବାଦୀଙ୍କ ଉପରେ କ୍ରୋଧରେ ଅଛନ୍ତି । ସୋସିଆଲ ମିଡିଆରୁ ନେଇ ରାସ୍ତାଘାଟ ସବୁଠି ଲୋକମାନେ ସହିଦଙ୍କ ପରିବାର ସହ ଛିଡା ହୋଇଛନ୍ତି । ଏହାସହ ସମସ୍ତ ଦେଶ ବିଦେଶ ମଧ୍ୟ ଭାରତକୁ ସପୋର୍ଟ କରିବାରେ ଲାଗିଛି । ସମସ୍ତଙ୍କ ମୁହଁରେ ପାକିସ୍ତାନର ଏଭଳି କାର୍ଯ୍ୟକୁ ନେଇ ନିନ୍ଦା । ଏହାସହ ପାକିସ୍ତାନ ସହ ସମସ୍ତ ଆଦାନ ପ୍ରଦାନ ମଧ୍ୟ ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି ।

ତେବେ ପ୍ରଖ୍ୟାତ ହଲିଉଡ୍ ଡି.ଜେ ମାର୍ସମେଲୋ ନିକଟରେ ଆସିଥିଲେ ଇଣ୍ଡିଆ । ଆଉ ଏଠି ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ପ୍ରିତମଙ୍କ ସହ ମିଶି ଭେଟି ଦେଇଥିଲେ ଏକ ଜବରଦସ୍ତ ଗୀତ । ଗୀତର ଟାଇଟେଲ୍ ରହିଛି ‘ବିବା ନଚଦି’ । ତେବେ ଏହି ଗୀତର ଖାସ୍ କଥା ହେଲା ଏଥିରେ ସ୍ପେଶାଲ୍ ଗେଷ୍ଟ ଭାବେ ନଜର ଆସିଥିଲେ ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ ।

ସେହିଭଳି ନିକଟରେ ହୋଇଥିବା ପୁଲୱାମା ହମଲାକୁ ନେଇ ସାରା ଦେଶ ଶୋକାକୁଳ ହେବା ପରେ ଦେଶ ବାହାରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରତିରୂପ । ତେବେ ମାର୍କେଟରେ ହିଟ ନେଇଥିବା ମାର୍ସମେଲୋ ତାଙ୍କ ଶୋ’ରେ ପୁଲୱାମା ହମଲାକୁ ନେଇ ଭାରତରେ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ବୀର ଯବାନଙ୍କ ପାଇଁ ନୀରବ ପାର୍ଥନା କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ,ପ୍ରଖ୍ୟାତ ହଲିଉଡ୍ ଡି.ଜେ ମାର୍ସମେଲୋ ନିକଟରେ ଆସିଥିଲେ ଇଣ୍ଡିଆ । ଆଉ ଏଠି ମ୍ୟୁଜିକ୍ କମ୍ପୋଜର୍ ତଥା ସିଙ୍ଗର୍ ପ୍ରିତମଙ୍କ ସହ ମିଶି ଭେଟି ଦେଇଥିଲେ ଏକ ଜବରଦସ୍ତ ଗୀତ । ଗୀତର ଟାଇଟେଲ୍ ରହିଛି ‘ବିବା ନଚଦି’ । ତେବେ ଏହି ଗୀତର ଖାସ୍ କଥା ହେଲା ଏଥିରେ ସ୍ପେଶାଲ୍ ଗେଷ୍ଟ ଭାବେ ନଜର ଆସିଥିଲେ ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More