Only for Entertainment

ରିଲିଜ ହେଲା ‘ଆଭେଂଜର୍ସ – ଏଣ୍ଡ ଗେମ’ର ଦ୍ୱିତୀୟ ଟ୍ରେଲର, ଦେଖିବାକୁ ମିଳିଲା ସୁପରହିରୋଙ୍କ ଜବରଦସ୍ତ ପ୍ରସ୍ତୁତି

Onmanorama
29

ହଲିଉଡର ସୁପରହିଟ୍ ଫ୍ରାଂଚାଇଜ୍ ଆଭେଂଜର୍ସ ସିରିଜର ଶେଷ ଭାଗ ଆଭେଂଜର୍ସ – ଦ ଏଣ୍ଡ ଗେମର ଦ୍ୱିତୀୟ ଟ୍ରେଲର୍ ମୁକ୍ତିଲାଭ କରିଛି । ପ୍ରଥମ ଭାଗ ଶେଷରେ ବଂଚି ଯାଇଥିବା ବାକି ସୁପରହିରୋଙ୍କୁ ଦେଖିବାକୁ ମିଳିଛି ଏହି ଟ୍ରେଲରରେ ।

ଥେନୋସ୍ର ଚୁଟକିରେ ବ୍ରହ୍ମାଣ୍ଡର ଅଧା ଜୀବିତ ବ୍ୟକ୍ତି ଧ୍ୱଂସ ପାଇଯାଇଛି । ଆଉ ପୃଥିବୀରେ ବାକି ରହିଥିବା ସୁପରହିରୋମାନେ ପ୍ରସ୍ତୁତ ହେଉଛନ୍ତି ଥେନୋସର ମୁକାବିଲା କରିବା ପାଇଁ । କାରଣ ଥେନୋସ୍ ପାଖରେ ବ୍ରହ୍ମାଣ୍ଡର ସମସ୍ତ ଅନନ୍ତ ମଣି ରହିଛି । ଏଥର ଟ୍ରେଲରରେ ସବୁ ସୁପରହିରୋମାନଙ୍କ ଜବରଦସ୍ତ ପ୍ରସ୍ତୁତି ଦେଖିବାକୁ ମିଳିଛି । ଏଥର କ୍ୟାପ୍ଟେନ୍ ମାର୍ଭେଲଙ୍କୁ ବି ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଆଭେଂଜର୍ସ ସିନେମାର ଫ୍ୟାନମାନେ ଏହି ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି ।

ଥର୍, କ୍ୟାପଟେନ୍ ଆମେରିକା, ବ୍ଲାକ୍ ୱିଡୋ, ହକ୍ ଆ. ଆଇରନ୍ ମ୍ୟାନ୍, ଆଂଟମ୍ୟାନଙ୍କୁ ବି ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଯାହା ଦର୍ଶକଙ୍କ ଉକ୍ରଣ୍ଠା ଆହୁରି ବଢାଇ ଦେଇଛି । ଭାରତରେ ଏହି ସିନେମାଟି ଆମେରିକାର ଗୋଟିଏ ସପ୍ତାହ ଆଗରୁ ରିଲିଜ୍ ହେବ । ଏପ୍ରିଲ୍ ୨୬ରେ ପରଦାକୁ ଆସିବ ଚଳଚ୍ଚିତ୍ର ଆଭେଂଜର୍ସ – ଦ ଏଣ୍ଡ ଗେମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More