Only for Entertainment

ନିଜଠାରୁ ୫ବର୍ଷ ସାନ ବୟଫେଣ୍ଡଙ୍କୁ ବିବାହ କରିବେ ଏହି ଅଭିନେତ୍ରୀ ।

panjab keshri
0 66

‘ମସାନ’ ଫିଲ୍ମ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ମାତ୍ର ଏଥର ନିଜର କୌଣସି ଫିଲ୍ମକୁ ଚର୍ଚ୍ଚାକୁ ଆସିନାହାନ୍ତି ବରଂ ସେ ଏଥର ତାଙ୍କର ପର୍ଶନାଲ ଲାଇଫକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଖବର ମୁତାବକ ଶ୍ୱେତା ଖୁବ ଶୀଘ୍ର ରାପର ବୟଫ୍ରେଣ୍ଡ ଚୈତନ୍ୟ ଶର୍ମା ଓରଫ ସ୍ଲୋଚିତାଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଚୈତନ୍ୟ ଶ୍ୱେତାଙ୍କ ଠାରୁ ୫ବର୍ଷ ସାନ ଅଟନ୍ତି । ଦୁହିଁଙ୍କ ପ୍ରେମ ବିମାନ ଯାତ୍ରାରୁ ଆରମ୍ଭ ହୋଇଥିଲା ।

20_27_166582624shweta-tripathi_152351441-ll

ଶ୍ୱେତା ନିଜ ଲଭଷ୍ଟୋରୀ ବିଷୟରେ କହିଛନ୍ତି ଯେ , ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଜରିଆରେ ଦେଖାହୋଇଥିଲେ କିନ୍ତୁ ସେଠାରେ ତାଙ୍କର କଥାବାର୍ତ୍ତା ହୋଇନଥିଲା । ଯେତେବେଳେ ଫେରୁଥିଲେ ବିମାନରେ ଦୁହିଁଙ୍କ ସିଟ ଏକାସାଙ୍ଗେ ଥିଲା ।
ଶ୍ୱେତା ଏହା ମଧ୍ୟ କହିଛନ୍ତି ଯେ, ସକାଳ ୫ଟା ହୋଇଥିଲା ଏବଂ ସେତେବେଳେ ତାଙ୍କର ଶୋଇବା ପ୍ଲାନ ଥିଲା । ମାତ୍ର ସେମାନେ ନ ଶୋଇ ଦୁହେଁ ଗପିବା ଆରମ୍ଭ କରିଥିଲେ ।

ଶ୍ୱେତାଙ୍କୁ ଚୈତନ୍ୟ ମୁମ୍ବାଇର ଏକ ପରଫର୍ମିଂଗ କ୍ଲବରେ ପ୍ରପୋଜ କରିଥିଲେ । ସେଠାରେ ଚୈତନ୍ୟଙ୍କୁ ଶ୍ୱେତା କହିଥିଲେ ତାଙ୍କର ନୂଆ ପ୍ଲେରେ ସେ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି । ସେହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଡାକି ସେଠାରେ ହିଁ ସେ ଶ୍ୱେତାଙ୍କୁ ପ୍ରପୋଜ କରିଥିଲେ ।

Shweta-Tripathi

ଏଠାରେ ଆମେ କହିରଖୁଛୁ ଯେ ଚୈତନ୍ୟ ଶ୍ୱେତାଙ୍କ ନାଁରେ ଏକ ଟାଟୁ ମଧ୍ୟ ବନାଇଛନ୍ତି । ଏହି ଦୁଇ ଯୋଡିଙ୍କ ବିବାହ ଗୋଆରେ ପରିବାରଙ୍କ ସହ ଅନୁଷ୍ଠିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More