Only for Entertainment

ଗରମ ଗରମ ଚପାତି ସହ ପରଶନ୍ତୁ ମସଲା ଭେଣ୍ଡି

you yube
0 71

ସାମଗ୍ରୀ-

ତେଲ- ଆବଶ୍ୟକ ଅନୁସାରେ
ଭେଣ୍ଡି- ୪୦୦ ଗ୍ରାମ
ଜିରା- ୧ଚାମଚ
ପିଆଜ- ୨୩୦ ଗ୍ରାମ
ଅଦା-ରସୁଣ ପେଷ୍ଟ- ୨ ଚାମଚ
ଟମାଟୋ- ୪୦୦ ଗ୍ରାମ
ଲୁଣ- ୧ ଚାମଚ
ହଳଦୀ- ୧ ଚାମଚ
ଧନିଆ ପାଉଡର – ୨ ଚାମଚ
ଲଙ୍କା ଗୁଣ୍ଡ- ୨ ଚାମଚ
ଗରମ ମସଲା – ୨ ଚାମଚ
ପାଣି- ଆବଶ୍ୟକ ଅନୁସାରେ
କସ୍ତୁରୀ ମେଥି- ୧ ଚାମଚ

ପ୍ରଣାଳୀ-
ପ୍ରଥମେ ଏକ ପ୍ୟାନରେ ଅଳ୍ପ ତେଲ ନିଅନ୍ତୁ । ତେଲ ଗରମ ହେବା ପରେ ଭେଣ୍ଡି ପକାଇ ୫-୭ ମିନିଟ ଭାଜନ୍ତୁ । ଏହାପରେ ଅନ୍ୟ ଏକ କଢେଇରେ ତେଲ ଗରମ କରି ଜିରା ପକାଇ ଫୁଟାନ୍ତୁ । ଏହା ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ । ଏହାପରେ ରସୁଣ ପେଷ୍ଟ ପକାଇ ୨-୩ ମିନିଟ ପର୍ଯ୍ୟନ୍ତ ମସଲାକୁ କଷନ୍ତୁ । ବର୍ତ୍ତମାନ ସେଥିରେ ଟମାଟୋ, ଲୁଣ, ଦଳଦୀ, ଧନିଆ ପାଉଡର, ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଅଳ୍ପ ପାଣି ଦେଇ ଭଲଭାବେ ମିଶାଇ ଦିଅନ୍ତୁ । ମସଲା ଭଲଭାବେ ହେବାପରେ ସେଥିରେ ଭଜା ହୋଇଥିବା ଭେଣ୍ଡି ପକାନ୍ତୁ । ଏବଂ ଭଲଭାବେ ମିଶାଇ ଦିଅନ୍ତୁ । ଏହା ପରେ କସ୍ତୁରୀ ମେଥି ପକାନ୍ତୁ । ଆପଣଙ୍କର ମସଲା ବେଣ୍ଡି ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ ଗରମ ଗରମ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More