Only for Entertainment

ମସଲା ଚିକେନର ପ୍ରସ୍ତୁତି ପ୍ରଣାଳୀ ।

kraftcanada.com
0 37

ପ୍ରଥମେ ଚିକେନକୁ ସାମାନ୍ୟ ଲୁଣ ପକାଇ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଅଦା,ରସୁଣ,ସାମାନ୍ୟ ସୋରିଷ,ଜିରା ଏବଂ କିଛି ଗୋଲମରିଚ ପକାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ନଡ଼ିଆ ଏବଂ ପୋସ୍ତକୁ ଗ୍ରାଇଣ୍ଡିଂ କରି ରଖନ୍ତୁ ।

ଏକ ପ୍ୟାନରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ । ଏହାପରେ କିଛି ଭୃସଙ୍ଗପତ୍ର ପକାନ୍ତୁ । ସେଥିରେ ଅଦା ଓ ରସୁଣ ପେଷ୍ଟ ପକାଇ ଭାଜନ୍ତୁ । କଂଚା ଅଂଶ ଯିବାପରେ ଲଙ୍କାଗୁଣ୍ଡ,ହଳଦୀ,ଧନିଆ ଗୁଣ୍ଡ,ଲୁଣ ପକାନ୍ତୁ । ଭଲ ଭାବରେ କଷନ୍ତୁ । ଏହାପରେ କଟା ଟମାଟୋ ପକାନ୍ତୁ । ୫ ମିନିଟ ଭଲ ଭାବରେ କଷିବା ପରେ ଚିକେନକୁ ପକାନ୍ତୁ ।୧୫ ମିନିଟ ପରେ ନଡ଼ିଆ ଓ ପୋସ୍ତ ପେଷ୍ଟ ପକାନ୍ତୁ । ମିଡିୟମ ଫ୍ଲେମରେ ବସାନ୍ତୁ । ଏହାପରେ ଧନିଆପତ୍ର ପକାଇ ବଟର ନାନ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More