Only for Entertainment

ମସଲା ଫ୍ରେଂଚ ଟୋଷ୍ଟର ପ୍ରସ୍ତୁତି ପ୍ରଣାଳୀ ।

the yellow daal
0 68

ପ୍ରତିଦିନ ସକାଳ ସମୟରେ ସମସ୍ତେ କିଛି କିଛି ନୂଆ ଏବଂ ଭିନ୍ନ ପ୍ରକାରର ଜଳଖିଆ ପ୍ରସ୍ତୁତ କରି ଖାଇଥାନ୍ତି । ଭିନ୍ନ ପ୍ରକାରର ଜଳଖିଆ ଖାଇବା କେବଳ ଛୋଟ ପିଲାଙ୍କର ଇଛା ନୁହେଁ ବରଂ ବୟସ୍କ ମାନଙ୍କର ମଧ୍ୟ ଏଭଳି ଏକ ଭିନ୍ନ ଇଛା ରହିଥାଏ । ସେଥିପାଇଁ ମା’ଙ୍କୁ ପ୍ରତିଦିନ ଭାବିବାକୁ ପଡ଼ିଥାଏଯେ ସକାଳ ହେଲେ ସେ କ’ଣ ପ୍ରସ୍ତୁତ କରିବେ । ତେବେ ରବିବାର ଦିନ କିନ୍ତୁ ସବୁଠାରୁ ନିଆରା । କାରଣ ଏହି ଦିନ ଘରେ ସମସ୍ତେ ଉପସ୍ଥିତ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଏକ ରେସିପି ବିଷୟରେ ଯାହା ଅତି ସହଜରେ ଏବଂ କମ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇପାରିବ । ତେବେ ଚାଲନ୍ତୁ ଶିଖିବା ମସଲା ଫ୍ରେଂଚ ଟୋଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ
ଏକ ବାଉଲରେ ୪ଟି ଅଣ୍ଡା,୨ ଚାମଚ ଦୁଗ୍ଧ,୧ ଚାମଚ ଲଙ୍କା ଗୁଣ୍ଡ,୧ ଚାମଚ ଲୁଣ,୨ ଚାମଚ କଳା ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ବ୍ରେଡର ଦୁଇ ପାଶ୍ୱର୍କୁ ଅଣ୍ଡାରେ ବୁଡ଼ାନ୍ତୁ ଓ ତାୱା ଗରମ କରି ଘିଅ ପକାନ୍ତୁ ଓ ସେଥିରେ ବ୍ରେଡ଼କୁ ପକାଇ ୨ ରୁ ମିନିଟ ଛାଡ଼ି ଦିଅନ୍ତୁ । ଦୁଇ ପାଶ୍ୱର୍କୁ ଓଲଟାଇବା ଦରକାର ।ତେବେ ଏହାକୁ ସେକିବା ସମୟରେ ଏହା ଉପରେ କଟା ପିଆଜ,ଧନିଆ ପତ୍ର ଏବଂ ଅଣ୍ଡାର ମିଶ୍ରଣ ପକାଇ ସେକନ୍ତୁ । ଏହିଭଳି ଭାବରେ ପ୍ରସ୍ତୁତ କରନ୍ତୁ ରବିବାର ସକାଳର ଖାସ ଜଳଖିଆ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More