Only for Entertainment

କାର ଚଲାଉଥିବା ସମୟରେ ଅଚାନକ ଡ୍ରାଇଭରଙ୍କୁ ଆସିଲା ନିଦ, ତାପରେ ହେଲା କିଛି ଏଭଳି, ଭାଇରାଲ ହେଉଛି ଭିଡିଓ !

165

ମୈସାଚୁସେଟ୍ସର ବ୍ୟକ୍ତି ଜଣକ ସାସିଆଲ ମିଡିଆରେ ଅନଲାଇନ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଟେସ୍ଲା କାର ଚଳାଉଥିବା ବେଳେ ହଠାତ ବ୍ୟକ୍ତି ଜଣକଙ୍କ ଆଖି ଲାଗିଯାଇଥିଲା । ସେହି ସମୟରେ ତାଙ୍କ କାର ଦୃତ ଗତିରେ ଥିଲା । ଏହି ଭିଡିଓ ଦେଖି ଟ୍ୱିଟର ବ୍ୟବହାରକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଟେସ୍ଲା ଅଟୋ ପାୟଲଟ ଫଙ୍କସନ କାର ଅଟେ କିନ୍ତୁ କମ୍ପାନୀ କହିଛି ଯେ ଅନେକ ବଡ ବଡ ଘଟଣା ନ ହେଉ ଏଥିପାଇଁ ଚାଳକଙ୍କୁ ଆଲର୍ଟ ରହିବା ଜରୁରୀ ।

ଡାକୋଟା ରେନଡାଲ ଏହି ଭିଡିଓ ରବିବାର ଦିନ ରେକର୍ଡ କରିଥିଲେ । ଯେଉଁ ସମୟରେ ସେ ରାସ୍ତାରେ ଅତିକ୍ରମ କରୁଥିଲେ , ତାଙ୍କ ପାଖ ଦେଇ ଟେସ୍ଲା କାର ଅତିକ୍ରମ କରୁଥିଲା । ଯେତେବେଳେ ସେ ଗାଡି ଭିତରକୁ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚାଳକ ଜଣକ ଶୋଇଥିଲେ ଏବଂ ମହିଳା ଜଣକ ମଧ୍ୟ ସେହି ଗାଡିରେ ଶୋଇ ରହିଥିଲେ । ଦୁହିଁଙ୍କୁ ଗାଡିକୁ ନେଇ କୌଣସି ଚିନ୍ତା ନଥିଲା ।

ରେନଡାଲ କହିଛନ୍ତି ଯେ ଗାଡି ୫୫ରୁ ୬୦ମିଟର ପ୍ରତି ଘଂଟା ହିସାବରେ ଚାଲିଥାଏ । ସେ ହର୍ଣ୍ଣ ମାରି ଚାଳକଙ୍କୁ ଉଠାଇବା ଲାଗି ପ୍ରୟାସ କରୁଥିଲେ । ମାତ୍ର ପୁଲିସକୁ ଫୋନ କରିନଥିଲେ । ରାଜ୍ୟ ପୁଲିସ କହିଛନ୍ତି ଯେ ତାଙ୍କୁ ଏହି ଭିଡିଓ ବିଷୟରେ ଜଣା ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More