Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ମଟର କୋଫତା

YouTube
0 49

ମଟର ଶୀତଦିନେ ମିଳୁଥିବା ଏକ ସ୍ୱାଦିଷ୍ଟ ପରିବା । ଆଜି ପର୍ଯ୍ୟନ୍ତ ଆପଣ ଅନେକ ଥର ଆଳୁ-ମଟର, ଗାଜର-ମଟର ଏବଂ ଫ୍ରାଏ ମଟର ଖାଇଥିବେ । ଆସନ୍ତୁ ଆଜି ଜାଣିବା ସ୍ପେଶାଲ ମଟର କୋଫତାର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ-
ସିଝା ହୋଇଥିବା ସବୁଜ ମଟର- ୪୫୦ଗ୍ରାମ
ବେସନ- ୧୧୫ଗ୍ରାମ
ଲୁଣ – ସ୍ୱାଦ ଅନୁସାରେ
ନାଲି ଲଙ୍କା- ଅଧା ଚାମଚ
ଅଦା-ରସୁଣ ପେଷ୍ଟ- ଅଧା ଚାମଚ
ତେଲ- ଆବଶ୍ୟକ ଅନୁସାରେ
ଟମାଟୋ- ୨୬୦ ଗ୍ରାମ
ପିଆଜ- ୧୮୦ ଗ୍ରାମ
ଅଦା- ୧ ଚାମଚ
ରସୁଣ- ଅଧା ଚାମଚ
କଂଚା ଲଙ୍କା- ୫ଟି
ପାଣି- ଆବଶ୍ୟକ ଅନୁସାରେ
ଦଳଦୀ- ୧/୪ ଚାମଚ
ଧନିଆ ପାଉଡର- ୧ ଚାମଚ
ଜୀରା ପାଉଡର- ୧ ଚାମଚ
ଆମଚୁର- ୧/୨ ଚାମଚ
ଗରମ ମସଲା- ୧/୨ ଚାମଚ
ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ-

  • ମଟର କୋଫତା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଗୋଟିଏ ପାତ୍ରରେ ବଟା ଯାଇଥିବା ସବୁଜ ମଟରର ପେଷ୍ଟ ନିଅନ୍ତୁ । ବର୍ତ୍ତମାନ ଏଥିରେ ୧୧୫ଗ୍ରାମ ବେସନ, ୧ଚାମଚ ଲୁଣ, ୧/୨ ଚାମଚ ଲଙ୍କା ପାଉଡର, ୧/୨ ଚାମଚ ଅଦା-ରସୁଣ ପେଷ୍ଟ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । 
  • ଏହାପରେ ହାତରେ ତେଲ ଲଗାଇ ଏହାର ଛୋଟ ଛୋଟ ଗୋଲ ପ୍ରସ୍ତତ କରନ୍ତୁ । ଏହା ପରେ କଢେଇରେ ତେଲ ଗରମ କରି ଏହାକୁ ଗୋଲ୍ଡନ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ ।
  • ଏବେ ୨୬୦ ଗ୍ରାମ ଟମାଟୋ, ୧୮୦ ଗ୍ରାମ ପିଆଜ, ୧ ଚାମଚ ଅଦା, ୧/୨ ଚାମଚ ରସୁଣ, ୫ଟି କଂଚା ଲଙ୍କା, ୬୦ ମିଲି ପାଣିକୁ ମିକ୍ସିରେ ଭଲ ଭାବେ ବାଟି ଦିଅନ୍ତୁ ।
  • ଏହାପରେ ଏକ କଢେଇରେ ତେଲ ଗରମ କରି ବଟାଯାଇଥିବା ମସଲାକୁ ଭାଜନ୍ତୁ ।
  • ଏହାପରେ ଏହି ମସଲାରେ ୧/୪ ଚାମଚ ଦଳଦ, ୧/୨ ଚାମଚ ଲୁଣ, ୧/୨ ଚାମଚ ଲଙ୍କା ପାଉଡର, ଧନିଆ ପାଉଡର, ଜୀରା ପାଉଡର ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।
  • ଏଥିରେ ୧୧୦ ମିଲି ପାଣି, ଆମଚୁର, ଗରମ ମସଲା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ଗ୍ରେଭିରେ ଭଜା ହୋଇଥିବା କୋଫତା ମିଶାଇ କିଛି ସମୟ ରାନ୍ଧନ୍ତୁ ।
  • ପ୍ରସ୍ତୁତ ହୋଇଗଲା ଆପଣଙ୍କର ମଟର କୋଫତା ଏଥିରେ ଧନିଆ ପଥ୍ର ପକାଇ ଗରମ ଗରମ ରୁଟି ସହିତ ପରଶନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More