Only for Entertainment

ବିବାହ ପାଇଁ ଇଂଟରନେଟରେ ପ୍ରସ୍ତାବ ଖୋଜୁଛନ୍ତିକି,ଜୋଶରେ ଆସି କରନ୍ତୁ ନାହିଁ ଏହି କାମ । ପଶ୍ଚାତାପ କରିପାରନ୍ତି ।

amarujala
0 50

ଅନଲାଇନ ସପିଂ ଠାରୁ ଆରମ୍ଭ କରି ଅନଲାଇନରେ ବର କନ୍ୟା ମଧ୍ୟ ଖୋଜା ହେଉଛି । ତେବେ ଏହାର ଯେତିକି ଫାଇଦା ଅଛି ସେତିକି କ୍ଷତି ମଧ୍ୟ । ମ୍ୟାଟିମୋନିଆଲ ସାଇଟକୁ ନେଇ ଧୋକା ଓ ବ୍ଲାକମେଲିଂ ଆଦି କ୍ରାଇମ ନଜର ଆସୁଛି । ତେବେ ଏହି କ୍ଷେତ୍ରରେ ଝିଅମାନେ ସାବଧାନ ରହିବା ଉଚିତ ।

ଯଦି ଆପଣଙ୍କୁ କାହାର ପ୍ରୋଫାଇଲ ଭଲ ଲାଗୁଛି ଏବଂ ଆପଣ କଥା ହେବା ଆରମ୍ଭ କରି ଦେଇଛନ୍ତି ତେବେ ବ୍ୟକ୍ତିଗତ ତଥ୍ୟ ଖୁବଶୀଘ୍ର ସେୟାର କରନ୍ତୁ ନାହିଁ । ସମସ୍ତ କଥା ତଦାରଖ ପରେ ଏହା କରିପାରିବେ ।

ଯଦି ସାକ୍ଷାତ କରିବା ପାଇଁ ଆଲୋଚନା କରୁଛନ୍ତି ତେବେ ଠିକ ସ୍ଥାନ ବାଛନ୍ତୁ । ସାଙ୍ଗରେ କୌଣସି ବନ୍ଧୁ ବା ସଂପର୍କୀୟଙ୍କୁ ନେଇ ଯାଆନ୍ତୁ ।

 

କେବେ ମଧ୍ୟ ଭାବନ୍ତୁ ନାହିଁଯେ ସାମ୍ନା ଲୋକ ଯେଉଁ ସୂଚନା ଦେଇଛି ତାହା ଠିକ । ଯାଂଚ ନିହାତି ଭାବରେ କରନ୍ତୁ । ପରିବାର ଏବଂ ସାଙ୍ଗସାଥିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରନ୍ତୁ ।

ସମସ୍ତ କଥା ଜାଣିସାରିବା ପରେ ଘର ଲୋକଙ୍କୁ ଜଣାନ୍ତୁ । ନଚେତ ଏହା ପୂର୍ବରୁ ମଧ୍ୟ ଘର ଲୋକଙ୍କ ସହାୟତା ନେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More