Only for Entertainment

ବିଗବସ ଘରେ ‘ମେ ଆଇ କମ ଇନ ମ୍ୟାଡାମ’ର ନେହା ପେଣ୍ଡସେ ଓ ପୂର୍ବ କ୍ରିକେଟର ଶ୍ରୀସନ୍ତ,ଦେଖନ୍ତୁ ବୋଲ୍ଡ ଝଲକ ।

aajtak
0 28

ବିଗ ବସ ୧୨ର ପ୍ରିମିୟର ଏପିସୋଡ ଆସନ୍ତା କାଲିଠାରୁ କଲର୍ସ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି । ଥିମ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷରେ ପରିବର୍ତ୍ତନ କରାଯାଇଛି । ପ୍ରତିଥର ଭଳି ଏହିଥର ମଧ୍ୟ ସଲମାନ ହୋଷ୍ଟ କରିବେ । ଏହି ସିଜନରେ ସିଙ୍ଗଲ ନୁହେଁ ଜୋଡ଼ିଦାର ସବୁ ନଜର ଆସିବେ । ସେଥିରେ କିଛି ସେଲିବ୍ରେଟୀ ରହିବେ ଏବଂ କିଛି କମନ ଲୋକ । ନିକଟରେ ଦୁଇଟି ଟିଜର ରିଲିଜ ହୋଇଛି ଯେଉଁଥିରେ ପ୍ରତିଯୋଗୀଙ୍କ ଚେହେରା ନଜର ଆସିଛି । ଗୀତରେ ପୂର୍ବ କ୍ରିକେଟର ଶ୍ରୀସନ୍ତ ଏବଂ ମେ ଆଇ କମ ଇନ ମ୍ୟାଡାମର ଅଭିନେତ୍ରୀ ନେହା ପେଣ୍ଡସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

 

ଖବର ଅନୁସାରେ ଆଇପିଏଲ ୨୦୧୩ରେ ଫିକ୍ସିଙ୍ଗର ଆରୋପ ପ୍ରମାଣିତ ହେବାପରେ ଭାରତୀୟ କ୍ରିକେଟ ଟିମ୍ ର ଏହି ଖେଳାଳୀ ଉପରେ ବିସିସିଆଇ ସାରା ଜୀବନ ପାଇଁ ବ୍ୟାନ ଲଗାଇ ଦେଇଥିଲେ । ଏହା ପୂର୍ବରୁ ଶ୍ରୀସନ୍ତ ଝଲକ ଦିଖ ଲାଜା ଏବଂ ଖତରୋଁ କେ ଖିଲାଡ଼ୀରେ ନଜର ଆସିଥିଲେ । ଏହା ଚ୍ୟାନେଲ ସହିତ ଏହା ତାଙ୍କର ତୃତୀୟ ସେଲିବ୍ରେସନ । କ୍ରିକେଟରେ କ୍ୟାରିଅର ନଷ୍ଟ ହେବା ପରେ ଶ୍ରୀସନ୍ତ ଦୁଇଟି ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

ଅନ୍ୟ ଏକ ଭିଡ଼ିଓରେ ନେହା ପେଣ୍ଡସେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅବଶ୍ୟ ତାଙ୍କ ଚେହେରା ସଂପୁର୍ଣ୍ଣ ଭାବରେ ନଜର ଆସୁନାହିଁ । ତାଙ୍କ ନାମ ଓ ଚେହେରାକୁ ସିକ୍ରେଟ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More