Only for Entertainment

ଆଜି ରିଲିଜ ହେଉଛି ଓଡ଼ିଆ ଫିଲ୍ମ ‘ଦିସ ଇଜ ମାୟାରେ ବାୟା’

book my show
38

ଗତ ଶନିବାରକୁ ଆମେ ଆପଣଙ୍କ ସହିତ ଫିଲ୍ମ ଦିସ ଇଜ ମାୟାରେ ବାୟାର ଟ୍ରେଲର ଶେୟାର କରିଥିଲୁ । ତେବେ ଟେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ମଧ୍ୟ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି । ଆଜି ଏହା ରିଲିଜ୍ ହେଉଛି । ଏହା ପୂଜା ବଜାରର ଦ୍ବିତୀୟ ଓଡ଼ିଆ ସିନେମା ।ଏହା ହେଉଛି ସାର୍ଥକ ଫିଲ୍ମସର ୨୭ତମ ଚଳଚ୍ଚତ୍ର। ସୀତାରାମ ଅଗ୍ରଓ୍ବାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ଏହି ସିନେମା ଜରିଆରେ ସୁଶାନ୍ତ ମଣି ପୁଣି ସାର୍ଥକକୁ ଫେରିଛନ୍ତି। ଖାଲି ସୁଶାନ୍ତ ମଣି ନୁହନ୍ତି ବରଂ ଲୋକପ୍ରିୟ ସଙ୍ଗୀତକାର ମଳୟ ମିଶ୍ର ବି ଏହି ବ୍ୟାନରକୁ ଫେରିଛନ୍ତି।

ଏହି ସିନେମାରେ ଦର୍ଶକ ପ୍ରଥମ ଥର ଦୁଇଟି ନୂଆ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏମାନେ ସମସ୍ତେ ଓଲିଉଡରେ ବେଶ ଜଣାଶୁଣା ଆଉ ବହୁ ସିନେମାରେ ବି କାମ କରିଛନ୍ତି ,ହେଲେ ପ୍ରଥମ ଥରଲାଗି ନାୟକ-ନାୟିକା ଯୋଡ଼ିଭାବେ ପରଦା ଉପରକୁ ଆସିବେ। ଏହି ସିନେମାରେ ଦୁଇ ଯୋଡ଼ି ଅଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର- ଝିଲିକ୍ ଏବଂ ସ୍ୱରାଜ-ଏଲିନା। ଏହି ଦୁଇ ନୂଆ ଯୋଡ଼ିଙ୍କୁ ଦର୍ଶକ କିପରି ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଏହାର କାହାଣୀରେ ରୋମାନସ ଏବଂ କମେଡି ଭରପୂର ମାତ୍ରାରେ ଥିବା କୁହାଯାଉଛି।

ସୂଚନାଯୋଗ୍ୟ ଏଥର ପୂଜା ବଜାରର ଅନ୍ୟ ଓଡ଼ିଆ ସିନେମା‘ମିଷ୍ଟର ମଜନୁ’ ଗତ ଶୁକ୍ରବାର ରିଲଜ ହୋଇ ଦର୍ଶକଙ୍କୁ ପସନ୍ଦ ଆସିଛି। ଏଥିରେ ବାବୁସାନ, ଶୀତଲ ,ସୂରମୟୀ ଏବଂ ଦିବ୍ୟାଙ୍କୁ ନାୟକ ନାୟିକା ଭୂମିକାରେ ଦେଖିବାକୁ ମିଳିଛି। ଏବେ ଦେଖିବା କଥା ‘ ଦିସ ଇଜ ମାୟାରେ ବାୟା’କୁ କେତେ ଦର୍ଶକୀୟ ସମର୍ଥନ ମିଳୁଛି!

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More