Only for Entertainment

ହବିଷ ଡାଲମା ରେ ରହିଛି ଅନେକ ଔଷଧୀୟ ଗୁଣ!

google
56

ଉପାଦାନ ଦୃଷ୍ଟିରୁ ଦେଖିଲେ, ‘ହବିଷ ଡାଲମା’ରେ ରହିଛି ଅନେକ ଔଷଧୀୟ ଗୁଣ। ଏହାର ମୁଖ୍ୟ ଉପାଦାନ- ମୁଗଡ଼ାଲି, କଞ୍ଚା କଦଳୀ, ସାରୁ ଓ ଓଉ। କଞ୍ଚା ମୁଗଡ଼ାଲି ଅନ୍ୟାନ୍ୟ ଡାଲି ଜାତୀୟ ପଦାର୍ଥ ମଧୢରେ ଶ୍ରେଷ୍ଠ ବୋଲି ଆୟୁର୍ବେଦରେ କୁହାଯାଇଛି। ଏହା ହାଲୁକା ଓ ସହଜରେ ହଜମ ହୁଏ। ଏହା ମଧୢ ଶୀଘ୍ର ବଳ ଦିଏ। କଞ୍ଚା କଦଳୀ କଷାୟ ରସ ଯୁକ୍ତ ପରିବା। ଏଥିରେ ପ୍ରଚୁର ପରିମାଣରେ ଲୌହ, ଖାଦ୍ୟସାର ଓ ଖଣିଜତତ୍ତ୍ବ ରହିଛି। ଏହା ସବୁ ଋତୁରେ, ବିଶେଷ କରି ହେମନ୍ତ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ। ସାରୁ ହବିଷ ଡାଲମାର ଅନ୍ୟ ଏକ ମୁଖ୍ୟ ଉପାଦାନ। କିନ୍ତୁ ଅଠାଳିଆ ପରିବା ହେତୁ ଏହାକୁ ଅନେକେ ପସନ୍ଦ କରନ୍ତି ନାହିଁ। ତେବେ ଏହା ଏକ ଋତୁ ପରିବା। ହେମନ୍ତ ଋତୁରେ ଏହା ପ୍ରଚୁର ପରିମାଣରେ ମିଳିଥାଏ। ଔଷଧୀୟ ଗୁଣ ଦୃଷ୍ଟିରୁ ଏହା ଆନ୍ତ୍ରିକ ରକ୍ତସ୍ରାବର ନିରୋଧକ। ନାଭିମଣ୍ତଳକୁ ଏହା ଉଜ୍ଜୀବିତ କରେ। ଅମ୍ଳରସ ଯୁକ୍ତ ଓଉ ହବିଷ ଡାଲମାର ଆଉ ଏକ ମୂଲ୍ୟବାନ ଉପାଦାନ। ଏହା ତନ୍ତୁଯୁକ୍ତ ଓ ହଜମ କାରକ। ଏହା ମଧୢ ଋତୁ ଅନୁସାରେ ମିଳୁଥିବା ଏକ ଫଳ। ଏହାର ଅନ୍ୟ ଔଷଧୀୟ ଗୁଣ ହେଉଛି, ଏହା ବାୟୁରୋଗନାଶକ। ମୁଗଡ଼ାଲି, କଞ୍ଚାକଦଳୀ, ସାରୁ ଓ ଓଉ ବ୍ୟତୀତ, ଅଗସ୍ତି ଶାଗ (ପତ୍ର) ଓ ଫୁଲର ଉପଯୋଗ ମଧୢ କାର୍ତ୍ତିକ ମାସର ହବିଷ ଡାଲମାରେ କରାଯାଇଥାଏ। ଏହାକୁ ଅଗସ୍ତ୍ୟ ଋଷିଙ୍କର ପ୍ରସାଦ ବା ଆଶୀର୍ବାଦ ରୂପେ ବିବେଚନା କରାଯାଏ। କାରଣ ହେମନ୍ତ ଋତୁରେ ଅଗସ୍ତି ନକ୍ଷତ୍ରର ପ୍ରଭାବ ପୃଥିବୀ ଉପରେ ଥାଏ। ଏହାର ଗୁଣ ହେଉଛି- ଏହା ଶୀତଳ, କୋମଳ ଓ ସୌମନସ୍ୟକାରକ (ଆହ୍ଲାଦଦାୟକ)। ସେଥିପାଇଁ ଅଗସ୍ତିକୁ ମୁନିଦ୍ରୁମ ମଧୢ କୁହାଯାଏ। ଏହା ହେମନ୍ତ ଋତୁରେ ହେଉଥିବା କଫ ଓ କାଶର ବିନାଶକ ଏବ˚ ମେଧାବର୍ଦ୍ଧକ। ଏହା ମଧୢ ପାଚନ (ହଜମଶକ୍ତି) କାରକ ଏବ˚ ଆଖି (ଦୃଷ୍ଟିଶକ୍ତି) ପାଇଁ ଅତ୍ୟନ୍ତ ଉପଯୋଗୀ।

ଅଗସ୍ତି ଶାଗ ବା ଫୁଲ ବ୍ୟତୀତ, ଅନେକେ ହବିଷ ଡାଲମାରେ କୋରା ନଡ଼ିଆ ମଧୢ ପକାଇଥାନ୍ତି। ଏହା ‘ଅଣବଘରା’ ହବିଷ ଡାଲମାରେ ପ୍ରାକୃତିକ ତୈଳର ଉପାଦାନ ଯୋଗ କରେ। ଏହା ଫଳରେ ହବିଷ ଡାଲମାର ସ୍ବାଦ ମଧୢ ବୃଦ୍ଧିପାଏ। ଲଙ୍କା ପରିବର୍ତ୍ତେ ଅଦାର ଉପଯୋଗ ଏଥିରେ କଟୁରସ ଯୁକ୍ତ କରେ ଏବ˚ ଏହା ପାଚନକାରକ ମଧୢ ହୋଇଥାଏ। କାର୍ତ୍ତିକ ବ୍ରତରେ ଯେଉଁ ବେଳିକିଆ ହବିଷ୍ୟାନ୍ନ ଭୋଜନର ବିଧାନ ଅଛି, ତାହା ଯୋଗୁଁ ଶରୀରରେ ପିତ୍ତ ଅ˚ଶ ବୃଦ୍ଧିପାଇବାର ଆଶଙ୍କା ରହିଥାଏ। ଏଣୁ ପିତ୍ତ ଅ˚ଶ ନ ବଢ଼ିବାପାଇଁ ଏଥିରେ ହଳଦିର ଉପଯୋଗକୁ ବାରଣ କରାଯାଇଛି। ଏଇଥିପାଇଁ ମଧୢ ଏହି ହବିଷ ଡାଲମା ଅଣବଘରା ହେବାର ବିଧି ରହିଛି। ସ˚କ୍ଷେପରେ କହିଲେ, ଏହି ହବିଷ ଡାଲମା ସ˚ପୂର୍ଣ୍ଣ ଭାବରେ ଏକ ଷଡ଼ରସଯୁକ୍ତ ଏବ˚ ଋତୁଚର୍ଯ୍ୟା ଅନୁସାରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ। ଏହା ଆୟୁର୍ବେଦ ସମର୍ଥିତ ଏକ ସନ୍ତୁଳିତ ଓ ପୌଷ୍ଟିକ ଆହାର।
-ବୈଦ୍ୟ ଗୋପାଳଚନ୍ଦ୍ର ନନ୍ଦ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More