Only for Entertainment

ଅରଖ ଗଛରେ ରହିଛି ଅନେକ ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହାର ପତ୍ର ଓ ଫୁଲର ଉପକାରୀତା ବିଷୟରେ

kanaknews.com
0 47

ଔଷଧିୟ ଗୁଣରେ ଭରପୂର ଅରଖଫୁଲ । ଏହି ଫୁଲକୁ ପୂଜା ପାଇଁ ବ୍ୟବହାର କରିଯାଏ । ଏହାକୁ ଖାଇ ମଧ୍ୟ ପାରିବା । ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ମଧୁମେହ, ଏଲର୍ଜି, କୁଣ୍ଡିଆ ଭଳି ରୋଗକୁ ଭଲ କରିବାରେ ସହାୟତା ହୋଇଥାଏ ।
ଶ୍ୱାସରୋଗ-ଏହି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତ କି ? ତେବେ ପ୍ରତିଦିନ ଅରଖଗଛର ଫୁଲକୁ ଖାଆନ୍ତୁ । ସେଥିପାଇଁ ପ୍ରଥମେ ଏହି ଫୁଲକୁ ଶୁଖାଇ ଦିଅନ୍ତୁ । ତା’ପରେ ଏହାକୁ ଗୁଣ୍ଡ କରନ୍ତୁ । କିଛି ଦିନ ନିୟମିତ ଖାଆନ୍ତୁ ।

କୁଣ୍ଡିଆ –ଏଲର୍ଜି ବା ରୁକ୍ଷ ପଣ ଯୋଗୁଁ ଚର୍ମରେ କୁଣ୍ଡିଆ ସମସ୍ୟା ଦେଖାଯାଏ । ତେବେ ଆପଣ ଅରଖ ଗଛର ଚେରକୁ ଭଲ ଭାବେ ପଡି ଦିଅନ୍ତୁ । ଏବେ ଏହି ଗୁଣ୍ଡକୁ ଯେ କୌଣସି ତେଲରେ ମିଶ୍ରଣ କରନ୍ତୁ । ତା’ପରେ ଏହାକୁ କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାଇ ଦିଅନ୍ତୁ । ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।
ମଧୁମେହ –ଯଦି ଏହି ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରତିଦିନ ସକାଳୁ ଏହି ଗଛର ପତ୍ରକୁ ଖାଆନ୍ତୁ ।

ଆଘାତ ଲାଗି ରକ୍ତ ବାହାରୁଥିଲେ –ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଏହି ଗଛର ପତ୍ରକୁ ଗରମ କରି ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ରକ୍ତ ବାହାରିବା ବନ୍ଦ ହୋଇଯିବ । ଆଉ ଯନ୍ତ୍ରଣାରେ ବି ଉପଶମ ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More