Only for Entertainment

#ମି ଠୁରେ ଫସିଥିବା ସେଲିବ୍ରିଟି ଏପର୍ଯ୍ୟନ୍ତ ୟଶ ରାଜ ଷ୍ଟୁଡିଓରେ ପଶି ପାରି ନାହାନ୍ତି

9

ଗତବର୍ଷ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପରେ କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ଅସଦାଚରଣର ଅଭିଯୋଗ ଆଣିଥିଲେ । ଯାହା ପାଇଁ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲକୁ ଅଧାରୁ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ଏବେ ଏତେ ଦିନର ବ୍ୟବଧାନ ପରେ ପୁଣି ଥରେ ଅନୁ ମଲ୍ଲିକ୍‌ ଇଣ୍ଡିଆନ୍‌ ଆଇଡଲକୁ ଫେରୁଥିବା ଜଣା ପଡ଼ିଛି । କିନ୍ତୁ ଏବେ ବି ୟଶ ରାଜ ଷ୍ଟୁଡ଼ିଓକୁ ଅନୁ ମଲ୍ଲିକ୍‌ଙ୍କ ପ୍ରବେଶ ମନା ରହିଛି ।

କେବଳ ଅନୁ ମଲ୍ଲିକ୍‌ ନୁହନ୍ତି, ଅଭିନେତା ଆଲୋକ ନାଥ ଏବଂ ସାଜିଦ୍‌ ଖାନ୍‌ଙ୍କୁ ମଧ୍ୟ ୟଶ ରାଜ ଷ୍ଟୁଡ଼ିଓକୁ ପ୍ରବେଶ କରିବାକୁ ମନା କରାଯାଇଛି । ଏହି ପ୍ରତିବନ୍ଧକ ଅଭିଯୋଗ ଲାଗିବା ପରେ ପରେ ହିଁ ଲଗାଇ ଦିଆ ଯାଇଥିଲା । ଯାହା ଏବେ ବି ରହିଛି । #ମି ଠୁକୁ ୟଶ ରାଜ ଷ୍ଟୁଡ଼ିଓ ସବୁଠାରୁ ଅଧିକ ଗମ୍ଭୀରତାର ସହ ନେଇ ଏଭଳି କଡ଼ା ପଦକ୍ଷେପ ନେବା ସହ ଏବେ ବି ନିଜ ନିଷ୍ପତ୍ତିରେ ଅଟଳ ଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More