ରାହୁଲ ବୋଷଙ୍କ ପରେ ଲଗଜରୀ ହୋଟେଲର ଗୁମର ଖୋଲିଲେ ମୀରା ଚୋପ୍ରା, ଖାଦ୍ୟରୁ ବାହାରିଲା ପୋକ, ଅଭିନେତ୍ରୀ ଅସୁସ୍ଥ
କିଛି ଦିନ ର୍ପୂବରୁ ଆକ୍ଟର ରାହୁଲ ବୋଷ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଥିଲେ । ଭିଡ଼ିଓରେ ସେ ଏକ ବିଲ ଦେଖାଇଥିଲେ । ଯାହା ଦୁଇଟି କଦଳୀର ମୂଲ୍ୟ ଥିଲା । ଦୁଇଟି କଦଳୀ ପାଇଁ ସେ ଦେଇଥିଲେ ୪୪୨ ଟଙ୍କା । ଏହା ଚଣ୍ଡିଗଡ଼ର ଏକ ଲଗଜରିଅସ ହୋଟେଲର ବିଲ ଥିଲା । ଏହାକୁ ନେଇ ରାହୁଲ ବୋଷ ଟ୍ରୋଲ ମଧ୍ୟ ହେଲେ । କିନ୍ତୁ ଏହି ଘଟଣାରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଗଲା । ଯାହାପରେ ସମସ୍ତେ ଜାଣିଲେ ହୋଟେଲର ଗୁମର କଥା, ଏବଂ ଏଥିପାଇଁ ହୋଟେଲକୁ ଦେବାକୁ ପଡ଼ିଲା ୨୫ ହଜାର ଜୋରିମନା । ଏବେ ପୁଣିଥରେ ସାମ୍ନାକୁ ଆସିଛି ସେହିଭଳି ଏକ ଘଟଣା ।
ଅଭିନେତ୍ରୀ ମୀରା ଚୋପ୍ରା ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏଥିରେ ସେ ଏକ ବଡ଼ ହୋଟେଲର ଗୁମର ଖୋଲିଛନ୍ତି । ଏହି ହୋଟେଲର ନାମ ‘ଡବଲ ଟ୍ରି ହିଲଟନ’ । ତେବେ ମୀରାଙ୍କ ଜଳଖିଆ ପ୍ଲେଟରେ କିଛି ପୋକ ଚାଲୁଥିବାର ନଜର ଆସିଛି । ଏହାକୁ ଦେଖିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇପାରେ ।
ମୀରା ଭିଡ଼ିଓରେ କହୁଛନ୍ତିଯେ ହୋଟେଲରେ ରହିବା ପାଇଁ ସେ ଯଥେଷ୍ଟ ଅଧିକ ଟଙ୍କା ଦେଉଛନ୍ତି, କିନ୍ତୁ ହୋଟେଲରେ ଏଭଳି ଖାଇବା ଦିଆଯାଇଛି । ସେଠାକୁ ଆସିବା ଦିନରୁ ତାଙ୍କ ଶରୀର ଅସୁସ୍ଥ ଥିବା ମଧ୍ୟ ସେ କହିଛନ୍ତି ।