Only for Entertainment

ମନମୋହନ ସିଂଙ୍କ ବାୟୋପିକରେ କିଏ ହେବେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ, ହେଲା ଖୁଲାସା ।

news 18
0 35

ବଲିଉଡରେ ଡେବ୍ୟୁ କରୁବାକୁ ଯାଉଥିବା ନିର୍ଦ୍ଦେଶକ ବିଜୟ ରତ୍ନାକରଙ୍କ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ସେଟରୁ ଆସିଛି ଏକ ନୂଆ ଫଟୋ । ଫୁଲ୍ମର ଲିଡ ଅଭିନେତା ଅନୁପମ ଖେର ଏହି ଫଟୋକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ରହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ଏବଂ ଅଭିନେତ୍ରୀଙ୍କ ଫଟୋ ରହିଛି ।


ମନମୋହନ ସିଂଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନୁପମ ଖେର । ଅନୁପମ ସେୟାର କରିଥିବା ଏହି ଫଟୋରେ ସେ ରହୁଲ ଏବଂ ପ୍ରିୟଙ୍କଙ୍କ ଭୂମିକାରେ ଥିବା କଳାକାରଙ୍କ ସହିତ ଆଲୋଚନା କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଚରିତ୍ରରେ ଅର୍ଜୁନ ମାଥୁର ନଜର ଆସୁଥିବାବେଳେ ପ୍ରିୟଙ୍କାଙ୍କ ରୋଲରେ ଅହାନା କୁମରାଙ୍କୁ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଫିଲ୍ମର ଅନେକ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି । ଦର୍ଶକ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ।

ଫିଲ୍ମଟି ସଂଜୟ ବାରୁଙ୍କ ବହି ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ ଉପରେ ଆଧାରିତ । ଫିଲ୍ମରେ ଅନୁପମଙ୍କ ଲୁକକୁ ନେଇ ଏବେଠୁ ଖବ ଚର୍ଚ୍ଚା ହେବାରେ ଲାଗିଛି । ସୂଚନା ଅନୁସାରେ ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବ । ଏହି ଦିନ ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଜିରୋ’ ମଧ୍ୟ ରିଲିଜ କରାଯିବା ପାଇଁ ସ୍ଥିର ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More