Only for Entertainment

‘ଭୋଗ୍’ ପାଇଁ କଭରଗର୍ଲ ସାଜିଲେ ବଲିଉଡ୍ ମସ୍ତାନୀ, ଦେଖନ୍ତୁ ଗ୍ଲାମରସ ଫଟୋ

vogue india magazine
64

ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋଣଙ୍କ ଜବରଦସ୍ତ ଅନ୍ଦାଜ ସ୍ଥାନ ପାଇଛି ଭୋଗ ମାଗାଜିନର ଅଗଷ୍ଟ ମାସ ସଂସ୍କରଣରେ । ମାଗାଜିନ୍ କଭରପେଜରେ ଦେଖିବାକୁ ମିଳିଛି ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଗ୍ଲାମରସ୍ ଲୁକ୍ । ଅନେକ ଦିନ ପରେ ଅଭିନେତ୍ରୀ ଦୀପିକାଙ୍କ ଏଭଳି ଅନ୍ଦାଜ କୌଣସି ମ୍ୟାଗାଜିନରେ ଦେଖିବାକୁ ମିଳିଛି ।

ଭୋଗ୍ ଇଣ୍ଡିଆ ମାଗାଜିନ୍ ପାଇଁ ଏହି ସୁନ୍ଦରୀ କରିଛନ୍ତି ଫଟୋସୁଟ୍ । ଗ୍ଲାମରସ୍ ଆଉଟଫିଟ୍ ସହ ଦୀପିକାଙ୍କ ହଟ୍ ଅନ୍ଦାଜ୍ ସ୍ଥାନ ପାଇଛି ମାଗାଜିନରେ । ମାଗାଜିନରେ ସ୍ଥାନ ପାଇଥିବା କିଛି ଫଟୋଗ୍ରାଫସ୍ ଭୋଗ୍ ଇଣ୍ଡିଆ ଅଫିସିଆଲ୍ ଇଂଷ୍ଟାଗ୍ରାମ୍ ସାଇଟରେ ସେୟାର୍ କରାଯାଇଛି । ଭିନ୍ନ ଭିନ୍ନ ଆକର୍ଷଣୀୟ ଡ୍ରେସ୍ ସାଙ୍ଗକୁ ଫ୍ରିଜି ହୈୟାର୍ ଆଉ ସିମ୍ପଲ୍ ମେକଅପରେ ନଜର ଆସିଛନ୍ତି ଏହି ବଲିଉଡ୍ ଡିବା । ଏହି ସବୁ ଗର୍ଜିଅସ୍ ଆଉଟଫିଟକୁ ଅନାଇଟା ଶର୍ଫ ଅଦଜାନିଆ ଡିଜାଇନ୍ କରିଛନ୍ତି ।

ଦୀପିକାଙ୍କୁ ଶେଷ ଥର ପାଇଁ ପରଦାରେ ଚଳଚ୍ଚିତ୍ର ପଦ୍ମାବତରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କ ଆକର୍ଷଣୀୟ ଅଭିନୟ ପାଇଁ ଦୀପିକାଙ୍କୁ ମିଳିଥିଲା ଅନେକ ପ୍ରଶଂସା । ଏହାପରେ ନିଜ ବ୍ୟକ୍ତିଗତ ଜୀବନ ବିବାହ ପାଇଁ ବ୍ୟସ୍ତ ରହିଥିଲେ ଏହି ସୁନ୍ଦରୀ । ହେଲେ ଚଳିତ ବର୍ଷ ସେ ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ସହ ଏକ ସିନେମା ସାଇନ୍ କଲେ । ଏସିଡ୍ ଆଟାକ୍ ସର୍ଭାଇବର୍ ଚରିତ୍ରକୁ ନେଇ ଆସନ୍ତା ବର୍ଷ ପରଦାକୁ ଫେରିବେ ଦୀପିକା । ତାଙ୍କର ଏହି ସିନେମାର ଟାଇଟେଲ୍ ରହିଛି ‘ଛପାକ୍’ । ଯାହା ଆସନ୍ତା ବର୍ଷ ଜାନୁୟାରୀ ୧୦ ତାରିଖରେ ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More