Only for Entertainment

ଚର୍ଚ୍ଚାରେ ଗ୍ଲାମରସ ସ୍ୱିଗି ଗର୍ଲ, ଘରେ ଘରେ ବୁଲି କରୁଛନ୍ତି ଖାଦ୍ୟ ଡେଲିଭରୀ !

33

ତେଲେଙ୍ଗାନା ହାଇଦ୍ରାବାଦର ସ୍ୱିଗି ଗାର୍ଲ । ସହର ସାରା ବୁଲି ବୁଲି ଘରେ ଘରେ ଅର୍ଡର ପହଞ୍ଚାଉଛନ୍ତି । ୩ ମାସ ତଳେ ସ୍ୱିଗିରେ ଡେଲିଭରି ଓମେନ ଭାବେ ଯୋଗ ଦେଇଥିବା ଏହି ଯୁବତୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚା । ଡେଲିଭରୀ ଅର୍ଡର ପାଇବା ମାତ୍ରେ ସ୍କୁଟି ଧରି ଗ୍ରାହକ ପାଖରେ ପହଂଚି ଯାଉଛନ୍ତି । ସହର ସାରା ବୁଲି ବୁଲି ସ୍ୱିଗି ଅର୍ଡର ପହଂଚାଉଥିବା ଯୁବତୀ ଜଣକ ହେଉଛନ୍ତି ଜନନୀ ରାଓ । ଯିଏ ଏବେ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଜନନୀ ବୃତ୍ତିରେ ସ୍ୱିଗିର ଡେଲିଭରୀ ଓମେନ୍ । ୨୦ ବର୍ଷିୟ ଜନନୀ ହାଇଦ୍ରାବାଦ ସହରରେ ରୁହନ୍ତି । ଆଉ ଡେଲିଭରୀ ଓମେନ ଭାବେ କାର୍ଯ୍ୟ କରୁଛନ୍ତି ।ଜନନୀ ଏଭଳି ଏକ ଚାକିରି ବାଛି ନେଇଛନ୍ତି ଯାହା ସାଧାରଣତଃ ପୁଅମାନେ କରୁଥିବା ଦେଖିବାକୁ ମିଳେ । ତେବେ କୌଣସି କାମ ଛୋଟ ନୁହେଁ ଏବଂ ଯେଉଁଠି କାମ କଲେ ପାରିଶ୍ରମିକ ମିଳେ ସେହି କାମ କରିବାରେ କୌଣସି ସମସ୍ୟା ନାହିଁ ବୋଲି କୁହନ୍ତି ଜନନୀ ।

ଏମିତିକି ଜନନୀଙ୍କ ହାତରୁ ସ୍ୱିଗି ଅର୍ଡର ଗ୍ରହଣ କରି ଗ୍ରାହକମାନେ ବି ବେଶ ଖୁସି । ପ୍ରାୟ ୩ ମାସ ତଳେ ସ୍ୱିଗିର ଡେଲିଭରୀ ଓମେନ ଭାବେ ଯୋଗ ଦେଇଥିଲେ ଜନନୀ । ଆଉ ଏହି ଅଳ୍ପସମୟ ବ୍ୟବଧାନ ଭିତରେ ବେଶ ଖ୍ୟାତି ଅଜର୍ନ କରିପାରିଛନ୍ତି ଜନନୀ । ନିଜ କାମକୁ ସେ ବେଶ ଉତ୍ସାହର ସହ କରୁଥିବାର ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More