Only for Entertainment

୩୯ ବର୍ଷ ବୟସରେ ୩୮ଟି ସନ୍ତାନର ଜନନୀ ଏହି ମହିଳା !

Daily Mail
75

୩୯ବର୍ଷର ଜଣେ ମହିଳା ୩୮ ସନ୍ତାନର ମା’ ହେବା ବିଷୟ ସହଜରେ ବିଶ୍ୱାସ କରିହେଉନାହିଁ । ମାତ୍ର ଏହି ଘଟଣାଟି ସତ । ୟୁଗାଣ୍ଡାର ମରିୟମ ନାବାତଞ୍ଜି ହେଉଛନ୍ତି ଏହି ମହିଳା ପୁରୁଷ । ମାତ୍ର ୧୨ ବର୍ଷରେ ବିବାହ କରିଥିବା ମରିୟମ ୧୩ ବର୍ଷ ବୟସରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ । ୩୯ବର୍ଷ ବୟସ ଭିତରେ ସେ ୬ଥର ଜାଆଁଳା ଶିଶୁ, ୪ ଥର ତିନୋଟି ସନ୍ତାନ, ୩ ଥର ୪-୪ ସନ୍ତାନ ଜନ୍ମ ଦେଇଛନ୍ତି । ଏହି ହିସାବରେ ତାଙ୍କର ମୋଟ୍‍ ୩୮ଟି ସନ୍ତାନ ସନ୍ତତି ଅଛନ୍ତି ।

ପ୍ରଥମ ଥର ଯେତେବେଳେ ମରିୟମ ଜାଆଁଳା ଶିଶୁ ଜନ୍ମ ଦେଲେ ସେତେବେଳେ ସେ ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କର ପରାମର୍ଶ ନେଇଥିଲେ । ମାତ୍ର ଡାକ୍ତର କହିଥିଲେ ଯେ, ଜନ୍ମ ନିୟନ୍ତ୍ରଣ ଔଷଧ ବ୍ୟବହାର କରିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ, ଜୀବନ ପାଇଁ ବିପଦ ଆଣିପାରେ । ଡାକ୍ତର କହିଥିଲେ ଯେ, ଆପଣଙ୍କ ଗର୍ଭାଶୟ ଅନ୍ୟ ମହିଳାଙ୍କ ଗର୍ଭାଶୟ ତୁଳନାରେ ବଡ଼ ଅଟେ । ସେହି କାରଣରୁ ଆପଣ ଜାଆଁଳା ସନ୍ତାନ ଜନ୍ମ ଦେବେ । ଔଷଧ ମଧ୍ୟ କିଛି କାମ ଦେବ ନାହିଁ ।

pic

ଏକ ସାକ୍ଷାତକାରରେ ମରିୟମ କହିଛନ୍ତି ଯେ, ସବୁ ପିଲାଙ୍କୁ ଦେଖାରଖା କରିବା ଏବଂ ପେଟପାଟଣା ପାଇଁ କାମ କରିବାରେ ମୋର ସବୁ ସମୟ ଚାଲିଯାଉଛି । ପିଲାଙ୍କୁ ସବୁ ପ୍ରକାର ସୁବିଧା ଦେବା ମୋ ପାଇଁ କଷ୍ଟ ମଧ୍ୟ ହେଉଛି । ତେବେ ମୋ ପିଲାମାନେ ବେଶ ଭଲ । ବଡ଼ ପିଲାମାନେ ଛୋଟପିଲାମାନଙ୍କର ଦେଖାରଖା କରୁଥିବାରୁ ମୁଁ ବାହାରକୁ ଯାଇ କାମ କରିବା ପାଇଁ ସମୟ କାଢୁଛି । ମୋ ପିଲାବେଳର ଘଟଣା ମଧ୍ୟ ବଡ଼ ଦୁଃଖଦପୂର୍ଣ୍ଣ ଥିଲା । ମୁଁ ଜନ୍ମ ହେବାର ତିନିଦିନ ପରେ ମୋ ମା’ଙ୍କର ମୃତ୍ୟୁ ଘଟିଥିଲା । ପରେ ମୋ ବାପା ଦ୍ୱିତୀୟ ବିବାହ କରିଥିଲେ । ସାବତ ମା’ଙ୍କ ବ୍ୟବହାର ମୋ ପ୍ରତି ଠିକ୍‍ ନଥିଲା । ସେ ତାଙ୍କର ୫ ଭାଇ -ଭଉଣୀଙ୍କୁ ବିଷ ଦେଇ ହତ୍ୟା କରିଥିଲେ । ମୋ ବାପାଙ୍କର ଭିନ୍ନଭିନ୍ନ ମହିଳାଙ୍କ ଠାରୁ ୪୫ ସନ୍ତାନ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More