Only for Entertainment

ଗଳି ଗଳିରେ ଛାଇଲା ସ୍ତ୍ରୀ’ର ଭୟ, ଭୂତ ଠାରୁ ବଂଚିବା ପାଇଁ ବିକ୍କି ପାଖେ ପହଂଚିଲେ ମହଲା ଲୋକ !

bollywood life
0 40

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୂର କିଛି ଦିନ ହେବ ନିଜର ନୂଆ ଫିଲ୍ମ ‘ସ୍ତ୍ରୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ବିଗତ ଦିନରେ ହିଁ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା ଏହା ପରେ ନିର୍ମାତା ଏହି ଫିଲ୍ମର ଦୁଇଟି ଗୀତ ରିଲିଜ କରିଥିଲେ । ଏହି କମେଡି ଫିଲ୍ମ ଜରିଆରେ ରାଜ କୁମାର ଏବଂ ଶ୍ରଦ୍ଧା ଏକାସାଙ୍ଗେ ପ୍ରଥମ ଥର ପରଦାରେ ନଜର ଆସିବେ ।

ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଏବଂ ଅଭିଶେକ ବାନାର୍ଜୀ ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଟ୍ରେଲର ଦେଖି ଅନୁମାନ ଲଗାଯାୁଛି ଯେ ରାଜକୁମାର ରାଓ ପୁଣି ଥରେ ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତିବେ । ଏହି ଫିଲ୍ମର ଆଉ ଏକ ନୂଆ ଭିଡିଓସାମ୍ନାକୁ ଆସିଛି । ଯେଉଁଥିରେ ରାଜକୁମାରଙ୍କ ଭୂମିକା ବିକ୍କି ରୂପେ ଦେଖିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ବିକ୍କି ପେଶାରେ ଦରଜି ଅଟନ୍ତି । ଯେତେବେଳେ ତାଙ୍କ ଗଳି ଏବଂ ମହଲାରେ ସ୍ତ୍ରୀ’ର ଭୟ ଆସିଛି ଯାହା ଦ୍ୱାରା ପୁରୁଷମାନେ ଅନୁରୋଧ କରି ବିକ୍କିକୁ ମହିଳା ପୋଷାକ ପ୍ରସ୍ତୁତ କରିବା ପାଇଁ ବାଧ୍ୟ କରୁଛନ୍ତି । ଯାହାଦ୍ୱାରା ସମସ୍ତେ କୌଣସି ରୂପେ ମହିଳା ଭଳି ନଜର ଆସିବେ ନାହିଁ ।

ଫିଲ୍ମରେ ରାଜକୁମାର ଏବଂ ଶ୍ରଦ୍ଧାଙ୍କ ଯୋଡି ଦେଖିବାକୁ ମିଳିବ ଏବଂ ବିକ୍କିଙ୍କ ବନ୍ଧୁ ମାନଙ୍କୁ ଲାଗୁଛି ଯେ ଶ୍ରଦ୍ଧା ଭୂତ ଯେ କି ଚନ୍ଦେରୀରେ ଆସି ପୁରୁଷମାନଙ୍କୁ ହତ୍ୟା କରୁଛନ୍ତି । ଏହିଭଳି କିଛି କାହାଣୀ ରହିଛି ଏହି ଫିଲ୍ମରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More