Only for Entertainment

ଅମିତାଭଙ୍କ ନାତୁଣୀ ନବ୍ୟାଙ୍କ ପ୍ରେମରେ ନ୍ୟୁକମର୍ ଷ୍ଟାର୍ ମିଜାନ୍, ଦୁହିଁଙ୍କ ଫଟୋ ହେଲା !

42

ଚର୍ଚ୍ଚାରେ ବିଗ୍ ବିଙ୍କ ନାତୁଣୀ ନବ୍ୟା ନବେଲି । ମାୟାନଗରୀରେ ଏବେ ହଲ୍ଲା ଯେ, ଏହି ସୁନ୍ଦରୀ ଅଭିନେତା ଜାବେଦ୍ ଜାଫ୍ରିଙ୍କ ପୁଅ ମିଜାନଙ୍କ ପ୍ରେମରେ ପଡିଛନ୍ତି । ମିଜାନ୍ ଓ ନବ୍ୟାଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ଖବର ଏବେ ମିଡିଆରେ ଘୁରି ବୁଲୁଛି । ଉଭୟ ଏହି କଥାକୁ ଅସ୍ୱିକାର କରୁଥିବାବେଳେ, ଏମାନଙ୍କ କିଛି ଫଟୋଗ୍ରାଫ୍ସ କିନ୍ତୁ ଭିନ୍ନ କଥା ବୟାନ୍ କରୁଛି ।

ନୂଆ ନୂଆ ବଲିଉଡ୍ ଗଳିରେ ପାଦ ରଖିଥିବା ଅଭିନେତା ମିଜାନ୍ ଜାଫ୍ରିଙ୍କ ପ୍ରେମରେ ପଡିଛନ୍ତି ଅମିତାଭ୍ ବଚ୍ଚନଙ୍କ ଅଲିଅଳି ନାତୁଣୀ ନବ୍ୟା ନବେଲି । ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ସ୍ପଟ୍ ବି କରାଯାଉଛି । ସୋସିଆଲ୍ ମିଡିଆରେ ନବ୍ୟା ଓ ମିଜାନଙ୍କ ଅନେକ ଫଟୋ ଏବେ ଦେଖିବାକୁ ମିଳୁଛି । ଏହି କଥାକୁ ନେଇ ଯେତେବେଳେ ମିଡିଆ ମିଜାନଙ୍କୁ ନବ୍ୟାଙ୍କ ସହ ସମ୍ପର୍କ ଥିବାନେଇ ପ୍ରଶ୍ନ କରିଥିଲା, ସେଥିରେ ମିଜାନ୍ ସଭିଁଙ୍କ ଭଳି ବେଶ ଚିରାଚରିତ ଢଙ୍ଗରେ କହିଥିଲେ – ଆମେ ଭଲ ବନ୍ଧୁ, ଆମ ଫ୍ରେଣ୍ଡ ସର୍କଲ୍ ଗୋଟିଏ, ସେଥିପାଇଁ ଏକାଠି ଅନେକ ସମୟରେ ନଜର ଆସୁ । ସେପଟେ ନବ୍ୟା ମଧ୍ୟ ମିଜାନଙ୍କ ସାନ ଭଉଣୀ ଅଲାଭିଆଙ୍କ ଘନିଷ୍ଠ ବନ୍ଧୁ । ଆଉ ମିଜାନଙ୍କ ସହ ତାଙ୍କ ଫ୍ରେଣ୍ଡସିପ୍ ଥବା କଥା ସ୍ୱୀକାର କରିଛନ୍ତି ।

ନବ୍ୟା ନବେଲି ନନ୍ଦା, ଶ୍ୱେତା ବଚ୍ଚନ ନନ୍ଦା – ନିଖିଲ୍ ନନ୍ଦା ଙ୍କ ଝିଅ ଓ ଅମିତାଭ୍ ବଚ୍ଚନଙ୍କ ନାତୁଣି । ନିଜ ପାଠ ପଢା ଶେଷ ପରେ ଫାମିଲି ବ୍ୟବସାୟରେ ଯୋଗ ଦେଇଛନ୍ତି । ତାଙ୍କର ଅଭିନୟ ପ୍ରତି ରୁଚି ନାହିଁ । ଆଉ ମିଜାନଙ୍କୁ ଡେଟ୍ କରିବା ପୂର୍ବରୁ ତାଙ୍କ ନାମ ଶାହରୁଖ୍ ଖାନଙ୍କ ପୁଅ ଆର‌୍ୟନ୍ ଖାନଙ୍କ ସହ ମଧ୍ୟ ଯୋଡା ଯାଇଛି । ସେପଟେ ମିଜାନ୍ ଜାଫ୍ରି, ସଂଜୟ ଲୀଲା ଭଁଶାଲିଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ମଲାଲ୍ ଜରିଆରେ ବଲିଉଡରେ କରିବାକୁ ଯାଉଛନ୍ତି ଡେବ୍ୟୁ । ଲୋକପ୍ରିୟ ଅଭିନେତା, କମେଡିଆନ୍ ତଥା ଡ୍ୟାନ୍ସର୍ ଜାବେଦ୍ ଜାଫ୍ରିଙ୍କ ବଡ ପୁଅ ମିଜାନ୍ ଅଭିନୟରେ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ମଲାଲ୍ ୫ ଜୁଲାଇରେ ରିଲିଜ୍ ହେବାକୁ ଯାଉଛି । ଏହି ଭିତରେ ଆସିଛି ତାଙ୍କ ଲଭ୍ ଆଫେୟାରର ଖବର । ଦେଖାଯାଉ ଏହି ଖବର କେତେଦୁର ସତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More