Only for Entertainment

ରୟାଲ ୱେଡିଂରେ ଏଭଳି ଅନ୍ଦାଜରେ ନଜର ଆସିଲେ ମ୍ୟାଗେନ ମାର୍କେଲ ଏବଂ ପ୍ରିନ୍ସ ହ୍ୟାରୀ !

26

କ୍ୱିନ ଏଲିଜାବେଥଙ୍କ ନାତୁଣୀ ପ୍ରିନ୍ସେସ ଇୟୁଜିନ ଏବଂ ଜ୍ୟାକ ବ୍ରୁକସ୍ୱେଙ୍କ ଶୁକ୍ରବାର ଦିନ ବିବାହ ବାନ୍ଧି ହୋଇଛନ୍ତି । ସେ ୱିଣ୍ଡସର କାସଲରେ ବିବାହ କରିଛନ୍ତି । ବିବାହରେ ପ୍ରିନ୍ସେସ ୟୁଜିନ ଏଥେରିୟଲ ଅଫ ଶୋଲ୍ଡର ଗାଉନ ପିନ୍ଧିଥିଲେ । ଏହି ଡ୍ରେସକୁ ପିଟର ପିଲୋଟୋ ଡିଜାଇନ କରିଛନ୍ତି ।

ବିବାହ ସେରେମନୀ ସେଂଟ ଜର୍ଜ ଚ୍ୟାପେଲରେ ହୋଇଛି । ଏଠାରେ ଆମେ କହି ରଖୁଛୁ ଯେ ପ୍ରିନ୍ସ ହ୍ୟାରୀ ଏବଂ ମ୍ୟାଗେନ ମାର୍କେଲଙ୍କ ବିବାହ ସେହିଠାରେ ହୋଇଥିଲା ।

ବିବାହରେ ମେଗେନ ମାର୍କେଲ ଏବଂ ପ୍ରିନ୍ସ ହ୍ୟାରୀ ମଧ୍ୟ ନଜର ଆସିଥିଲେ । ମେଗନ ଇଣ୍ଡିଗୋ ବ୍ଲୁ ରଂଗର ପୋଷାକ ପରିଧାନ କରିଥିଲେ । ସେହି ଡ୍ରେସରେ ସେ ଖୁବ ସୁନ୍ଦର ମଧ୍ୟ ଦିଶୁଥିଲେ । ଏହି ବିବାହରେ ପ୍ରିନ୍ସ ହ୍ୟାରୀ ଏବଂ ମେଗେନ ମାର୍କେଲ ହାତରେ ହାତ ଛନ୍ଦି ବିବାହରେ ପହଂଚିଥିଲେ । ପ୍ରିନ୍ସ ହ୍ୟାରୀ ମଧ୍ୟ ଖୁବ ହ୍ୟାଣ୍ଡସମ ନଜର ଆସିଛନ୍ତି । ସେ ବ୍ଲାକ ବ୍ଲେଜର ପିନ୍ଧିଥିଲେ ।

ଏହି ବିବାହରେ ପ୍ରିନ୍ସ ୱିଲିୟମ ଏବଂ କ୍ୟାଟ ମିଡଲଟନ ମଧ୍ୟ ପହଂଚିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More