Only for Entertainment

ମାନସିକ ବିକୃତିରେ ପିଡ଼ିତ ପ୍ରିୟଙ୍କା ମୁଣ୍ଡରେ ଭାଙ୍ଗିଲେ ୱାଇନ ଗ୍ଲାସ ।

punjab kesari
0 62

ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦେଶୀ ଗର୍ଲ ଜଣେ । ବଲିଉଡ ବ୍ୟତୀତ ହଲିଉଡ ଦୁନିଆରେ ମଧ୍ୟ ନିଜ ଜଲୱା ଦେଖାଇ ଅନେକ ପ୍ରଶଂସକ ସାଉଁଟି ସାଉଁଟିଛନ୍ତି ପ୍ରିୟଙ୍କା । ହଲିଉଡ ଦୁନିଆରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ ଜୋରସୋର କସରତ କରିବାରେ ଲାଗିପଡିଛନ୍ତି, ପ୍ରିୟଙ୍କା । ଇତିମଧ୍ୟରେ ପ୍ରିୟଙ୍କା ଲାଗାତାର ତାଙ୍କ କାମ ଓ ସୁଟିଂ ପାଇଁ ବ୍ୟସ୍ତରେ ରହୁଛନ୍ତି । ଏହା ବ୍ୟତୀତ ସେ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ତେବେ ବଲିଉଡର ବୋଲ୍ଡ ଅଭିନେତ୍ରୀ ପ୍ରିୟଙ୍କା ଚର୍ଚ୍ଚାରେ ରହିବା କିଛି ନୂଆ କଥା ନୁହେଁ । କିନ୍ତୁ ନିକଟରେ ସୂଚନା ମିଳିଛିଯେ ମୋଷ୍ଟ ପାୱାରଫୁଲ ଲେଡି ପ୍ରିୟଙ୍କାଙ୍କ ମାନସିକ ଅବସ୍ଥା କିଛି ଠିକ ରହୁନାହିଁ ତେବେ ଏଥିରୁ ଅନୁମାନ କରାଯାଉଛି ଯେ ପ୍ରିୟଙ୍କା କିଛି ଦିନ ହେବ ଫ୍ରସ୍ଟେଟ ହୋଇଯାଇଛନ୍ତି । ପ୍ରକୃତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାର ଲାଗିଛି । ଯାହା ଦେଖିବାକୁ ଖୁବ ଆଶ୍ଚର୍ଯ୍ୟଜନକ ।

ଖବର ଅନୁସାରେ, ଭିଡିଓରେ ପ୍ରିୟଙ୍କାଙ୍କ ହାତରେ ୱାଇନର ଗ୍ଲାସ ରହିଛି । ଗ୍ଲାସରେ ରହିଥିବା ୱାଇନ ପିଉଛନ୍ତି ଏବଂ ହଠାତ ଗ୍ଲାସକୁ ନିଜ ମୁଣ୍ଡ ଉପରେ ଜୋରରେ ମାରି ଭାଙ୍ଗି ଦେଉଛନ୍ତି । ଗ୍ଲାସ ଭାଙ୍ଗିବା ପରେ ସେ କ୍ୟାମେରା ପାଶ୍ୱର୍କୁ ମୁହଁ କରୁଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ପ୍ରିୟଙ୍କା ନିଜେ ତାଙ୍କ ଇଂଷ୍ଟଗ୍ରାମ ଏକାଉଂଟରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଦେଖିଲା ପରେ ଅନେକ ପ୍ରଶଂସକ ପ୍ରଶ୍ନ କରିଛନ୍ତି, ଆପଣ କ’ଣ ଚିନ୍ତାରେ ଅଛନ୍ତି ? ଏବଂ ଆଉ କିଛି ପ୍ରଶଂସକ ପ୍ରୋତ୍ସାହନ ଦେଇ କହିଛନ୍ତି ଯେ ପ୍ରିୟଙ୍କା ଲାଇଫରେ ଏମିତି ହୁଏ । କିନ୍ତୁ ଜୀବନ ସବୁଠାରୁ ଅମୁଲ୍ୟ । ମନେ ରଖ ତୁମେ ସମସ୍ତଙ୍କ ଠାରୁ ବେଷ୍ଟ । ବାସ୍ତବରେ ପ୍ରିୟଙ୍କା ଏହି ଭିଡିଓ କ୍ୟାପସନରେ ଲେଖିଛନ୍ତି ଯେ ‘ଏମିତି ଅନେକ ସମୟ ହୁଏ, ଯେତେବେଳେ ଲାଗାତାର କାମ କରାଯାଏ ୯ ୱାଇନ ଯାଏ । ଆପଣ କିନ୍ତୁ ଏପରି ଘରେ ଟ୍ରାଇ ନ କରନ୍ତୁ । ବହୁତ ଖରାପ ପରିସ୍ଥିତିରେ ଥିବାରୁ ମୁଁ ଏଭଳି ନିଷ୍ପତ୍ତି ନେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More