Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମେଥି ଛୋଲେ

Enjoy Indian Food
0 52

ଛୋଲେ ତରକାରି ପ୍ରତ୍ୟେକ ଘରେ ଭିନ୍ନ ଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇଥାଏ । ଅନେକ ଲୋକ ଛୋଲେ-ଭଟୁରେ, ଛୋଲେ-ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ଆପଣ କେବେ ମେଥି ଛୋଲେ ପ୍ରସ୍ତୁତ କରି ଖାଇଛନ୍ତି କି ? ଯଦି ପ୍ରସ୍ତୁତ କରିନାହାନ୍ତି ଆଜି ହିଁ ପ୍ରସ୍ତୁତ କରନ୍ତୁ । ଆସନ୍ତୁ ଜାଣିବା ମେଥି ଛୋଲେର ପ୍ରସ୍ତୁତ ପ୍ରଣାଳୀ-

ଆବଶ୍ୟକୀୟ ସାମଗ୍ରୀ-
ପଆଜ- ୧୫୦ ଗ୍ରାମ, ରସୁଣ- ୧ ଚାମଚ, ଅଦା- ୧ ଚାମଚ, ଟମାଟୋ- ୨୬୦ ଗ୍ରାମ, କଂଚା ଲଙ୍କା- ୧ଟି, ଶୁଖିଲା ଲଙ୍କା- ୧ଟି, ତେଲ- ୫୦ ମି.ଲି., ଡାଳଚିନି- ୧ଟି, ଅଳେଇଚ- ୧ଟି, ଗୁଜୁରାତି- ୨ଟି, ଲବଙ୍ଗ- ୩ଟି, ତେଜପତ୍ର- ୧ଟି, ହେଙ୍ଗୁ- ୧/୪ ଚାମଚ, ଦହି- ୨ ଚାମଚ, ହଳଦୀ- ୧/୨ ଚାମଚ, ଲଙ୍କା ପାଉଡର- ୧ ଚାମଚ, ଧନିଆ ପାଉଡର- ୧ ଚାମଚ, ପାନ ମଧୁରୀ ପାଉଡର- ୧ ଚାମଚ, ମେଥି- ୧୦୦ ଗ୍ରାମ, ସିଝା ହୋଇଥିବା ଛୋଲେ- ୫୦୦ ଗ୍ରାମ, ପାଣି- ୩୩୦ ମି.ଲି., ଲୁଣ- ସ୍ୱାଦ ଅନୁସାରେ, ଆମଚୁର- ୧ ଚାମଚ, ଗରମ ମସଲା- ୧ ଚାମଚ

ପ୍ରଣାଳୀ-
– ପ୍ରଥମେ ୧୫୦ ଗ୍ରାମ ପିଆଜ, ୧ ଚାମଚ ରସୁଣ ଏବଂ ୧ ଚାମଚ ଅଦାକୁ ଗ୍ରାଇଣ୍ଡିଙ୍ଗି କରି ପେଷ୍ଟ ପ୍ରସ୍ତୁତ କରନ୍ତୁ ।
– ଏହାପରେ ୨୬୦ ଗ୍ରାମ ଟମାଟୋ, କଂଚା ଲଙ୍କା, ଶିଖିଲା ଲଙ୍କା ଗ୍ରାଇଣ୍ଡିଙ୍ଗ କରି ପ୍ୟୁରି ପ୍ରସ୍ତୁତ କରନ୍ତୁ ।
– ବର୍ତ୍ତମାନ ପ୍ୟାନରେ ୫୦ ଗ୍ରାମ ତେଲ ଗରମ କରି ୧ ଡାଳଚିନି, ୧ ଅଳେଇଚ, ୨ଟି ଗୁଜୁରାତି, ୩ଟି ଲବଙ୍ଗ, ୧ ଟି ତେଜପତ୍ର, ୧/୪ ଚାମଚ ହେଙ୍ଗୁ ପକାନ୍ତୁ । ଏହା ପରେ ଏଥିରେ ପିଆଜ ମିଶ୍ରଣ ପକାନ୍ତୁ । ଏହାପରେ ଟମାଟୋ ପ୍ୟୁରି ପକାଇ ୩ ରୁ ୫ ମିନିଟ ପର୍ଯ୍ୟନ୍ତ କଷନ୍ତୁ । ପରେ ୨ ଚାମଚ ଦହି ମିଶାନ୍ତୁ ।
– ଏହାପରେ ଏଥିରେ ୧/୨ ଚାମଚ ହଳଦୀ, ୧ ଚାମଚ ଲଙ୍କା ପାଉଡର, ୧ ଚାମଚ ଧନିଆ ପାଉଡର, ପାନ ମଧୁରୀ ପାଉଡରକୁ ଭଲ ଭାବେ ମିଶାଇ ଦିଅନ୍ତୁ ।
– ବର୍ତ୍ତମାନ ଏଥିରେ ୧୦୦ ଗ୍ରାମ ମେଥି, ୫୦୦ ଗ୍ରାମ ଛୋଲେ, ୩୩୦ ମି.ଲି. ପାଣି ମିଶାଇ ୭ ରୁ ୮ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ ।
– ଏହାପରେ ୧ ଚାମଚ ଲୁଣ, ୧ ଚାମଚ ଆମଚୁର ପାଉଡର, ୧ ଚାମଚ ଗରମ ମସଲା ପକାଇ ୩ ରୁ ୫ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ ।
– ପ୍ରସ୍ତୁତ ହୋଇଗଲା ଆପଣଙ୍କର ମେଥି ଛୋଲେ ଏହାକୁ ଗରମ ଭାତ କିମ୍ବା ରୁଟି ସହିତ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More