Only for Entertainment

#Me Too : ଥମୁନି ଆଲୋକ ନାଥ ଏବଂ ସାଜିଦଙ୍କ ସମସ୍ୟା, ଦ ଫେଡେରେସନ ଅଫ ୱେଷ୍ଟନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ପଠାଇଲା କାରଣ ଦର୍ଶାଅ ନୋଟିସ ।

The Indian Express
23

ମି ଠୁ କ୍ୟାମ୍ପେନରେ ବିବାଦ ଘେରକୁ ଆସିଥିବା ଭେଟେରାନ କଳାକାର ଆଲୋକ ନାଥ ଓ ନିର୍ଦ୍ଦେଶକ ସାଜିଦ ଖାନଙ୍କ ସମସ୍ୟା ଥମିବାର ନା ନେଉନି ।ଏହି ୨ଜଣ ସେଲିବ୍ରେଟି ଯୌନ ଶୋଷଣ ଅଭିଯୋଗ ଘେରରେ ଫଶିବାପରେ ଏମାନଙ୍କ ବିରୋଧରେ କଡ଼ା ପଦକ୍ଷେପଗ୍ରହଣ କରିପାରେ ଦ ଫେଡେରେସନ ଅଫ ୱେଷ୍ଟନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ । ଏବେ ଆଲୋକ ଓ ସାଜିଦଙ୍କୁ ଫେଡେରେସନ କାରଣ ଦର୍ଶାଅ ନୋଟିସ ପଠାଇବ ବୋଲି ସୂଚନା ମିଳିଛି ।

ଥମୁନି ବିବାଦ, ବୃଦ୍ଧି ପାଉଛି ସମସ୍ୟା । ଯୌନ ଶୋଷଣ ଅଭିଯୋଗ ଘେରରେ ଥିବା ସିନେ ଦୁନିଆର ୨ଜଣ ଜଣାଶୁଣା ଚେହେରାଙ୍କ ସମସ୍ୟା ଆଗକୁ ଅଧିକ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି । ଖବର ଅନୁସାରେ ଉଭୟ ଆଲୋକ ନାଥ ଓ ସାଜିଦ ଖାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବ ଦ ଫେଡେରେସନ ଅଫ ୱେଷ୍ଟନ ଇଣ୍ଡିଆ ସିନେ ଏମ୍ପେ୍ଲାଇଜ । ନୋଟିସ ପଠାଇବା ନିଷ୍ପତି ନେବା ସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫେଡେରେସନ ନିଷ୍ପତି ନେଇଥିବା ଜଣାପଡିଛି । ଏଫଡବ୍ଲ୍ୟୁଆଇସିଇ ନିଜ ବୟାନରେ କହିଛି କି ପୂର୍ବରୁ ଆଲୋକ ଆଇଏଫଟିଡିଏ ଅର୍ଥାତ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘକୁ ଅସନ୍ତୋଷଜନକ ଜବାବ ଦେଇଛନ୍ତି ।

ତେଣୁ ଏଫଡବ୍ଲୁୁ୍ୟଆଈସିଇ ଏବେ ତାଙ୍କୁ ନୋଟିସ ପଠାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନ୍ୟପଟେ ସାଜିଦ ଏପର୍ଯ୍ୟନ୍ତ ଆଇଏଫଟିଡିଏ ନୋଟିସର ଜବାବ ଦେଇନଥିବା ଯୋଗୁଁ ତାଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୁୂଚନା ଦେଇଛି ଏଫଡବ୍ଲ୍ୟୁଆଇସିଇ । ଏଫଡବ୍ଲ୍ୟୁଆଇସିଇ ଓ ଆଇଏଫଟିଡିଏର ଶୀର୍ଷ ଅଧିକାରୀଙ୍କୁ ନେଇ ବସିଥିବା ବେଠକରେ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି । ତେବେ ପୀଡିତଙ୍କଚ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଜଣାଇବା ଏହି ଦୁଇ ଫେଡେରେସନ ପ୍ରତିଶ୍ରୁତିବଦ୍ଧ ବୋଲି ନିଜ ବୟାନରେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More