Only for Entertainment

#MeToo : ଯୌନ ଶୋଷଣକାରୀଙ୍କ ସହିତ କାମ କରିବେ ନାହିଁ ବଲିଉଡର ଏହି ୧୧ ମହିଳା ଫିଲ୍ମମେକର ।

Naya India
16

# ମି ଠୁ ଅଭିଯାନ ଆଜି ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲିଉଡ ଇତିହାସରେ କେବେ ଘଟି ନଥିବା ଘଟଣା ସବୁ ଏବେ ଘଟୁଥିବା ବେଳେ ଅନେକ ଲୋକଙ୍କ ଅସଲ ମୁଖା ସାମ୍ନାକୁ ଆସିଛି । ପ୍ରଥମେ ଏହାର ପ୍ରଭାବ ଦେଖିବାକୁ ମିଳି ନଥିବା ବେଳେ ଏବେ ଏହାର ପ୍ରଭାବ ଧିରେ ଧିରେ ପଡ଼ୁଥିବାର ଦେଖା ଯାଉଛି । #ମି ଠୁ ଅଭିଯାନ ପାଇଁ ନାନାଙ୍କ ଭଳି କଳାକାରଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଥିବା ବେଳେ ଏବେ ବଲିଉଡ୍‌ର ୧୧ଜଣ ମହିଳା ଫିଲ୍ମ ନିର୍ମାତା ଏ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଜୋୟା ଅଖ୍‌ତର, ଗୌରୀ ସିନ୍ଦେଙ୍କ ଭଳି ଫିଲ୍ମ ନିର୍ମତା ଯୌନ ଶୋଷଣରୁ ଅଭିଯୋଗ ଲାଗିଥିବା ବ୍ୟକ୍ତିଙ୍କ ସହ କାମ କରିବେ ନାହିଁ ବୋଲି ଏକ ନୋଟ୍‌ ସୋସିଆଲ ମିଡ଼ିଆରେ ସେୟାର କରିଥିବା ଦେଖା ଯାଇଛି ।


ଏହି ନୋଟ୍‌ରେ, ଅଳଙ୍କୃତା ଶ୍ରୀବାସ୍ତବ, ଗୌରୀ ସିନ୍ଦେ, ଜୋୟା ଅଖ୍‌ତର, କିରଣ ରାଓ, କୋଙ୍କଣା ସେନ୍‌ ଶର୍ମା, ମେଘନା ଗୁଲଜାର, ନନ୍ଦିତା ଦାସ, ନିତ୍ୟା ମେହରା, ରୀମା କଗ୍‌ଟି, ଋଚି ନାରାୟଣ ଏବଂ ସୋନାଲି ବୋଷଙ୍କ ସ୍ୱାକ୍ଷର ରହିଥିବା ଦେଖିବାକୁ ମିଳିଛି । ଏହି ନୋଟରେ, ‘ଜଣେ ମହିଳା ଏବଂ ଫିଲ୍ମ ନିର୍ମାତା ହିସାବରେ ଆମେ ସବୁ ମହିଳା ମିଶି #ମି ଠୁ ଅଭିଯାନକୁ ସମର୍ଥନ ଜଣାଉଛୁ । ଆମେ ସମସ୍ତେ ମିଶି ପୀଡ଼ିତାମାନଙ୍କ ସହ ଛିଡ଼ା ହୋଇ ରହିଛୁ; ଯେଉଁ ମହିଳାମାନେ ସତରେ ଏସବୁ ସହିଛନ୍ତି ଏବଂ ପରେ ସାହାସ କରି ସେହି ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ଏହା ଏକ ବହୁତ ବଡ଼ ପରିବର୍ତ୍ତନ ।

ଯେଉଁମାନଙ୍କ ଉପରେ ଯୌନ ଶୋଷଣ ନେଇ ଲାଗିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହେବ, ସେମାନଙ୍କ ସହିତ ଆମମାନଙ୍କ ମଧ୍ୟରୁ କେହି ବି କାମ କରିବେ ନାହିଁ । ଆମ ଇଣ୍ଡଷ୍ଟ୍ରିର ସମସ୍ତଙ୍କୁ ଏହା ଅନୁରୋଧ କି ସେମାନେ ମଧ୍ୟ ଏପରି କରନ୍ତୁ’, ବୋଲି ଉକ୍ତ ନୋଟ୍‌ରେ ଲେଖା ଯାଇଥିବା ଦେଖା ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More