Only for Entertainment

#MeToo : ସାଜିଦ ଖାନଙ୍କ ପରିବର୍ତ୍ତେ ଏହି ନିର୍ଦ୍ଦେଶକ କରିବେ ‘ହାଉସଫୁଲ ୪’ର ସୁଟିଂ ।

The Indian Express
29

ଫିଲ୍ମ ‘ହାଉସଫୁଲ-୪’ରୁ ସାଜିଦ ଖାନ ବାହାର ହେବା ପରେ ଫିଲ୍ମର ନିର୍ମାତା ଶନିବାର ଫରହାଦ ସାମଜୀ ନିର୍ଦ୍ଦେଶନା କାର୍ଯ୍ୟ ତୁଲାଇବେ ବୋଲି ଘୋଷଣା କରିଛନ୍ତି । ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ୩ ଜଣ ଅଭିନେତ୍ରୀ ଏବଂ ଜଣେ ପତ୍ରକାର ଯୌନ ଉତ୍ପିଡନର ଆରୋପ ଲଗାଇବା ପରେ ତାଙ୍କୁ ଏହି ପ୍ରୋଜେକ୍ଟରୁ ବାହାରି ଯାଇଛନ୍ତି ବୋଲି ଶୁକ୍ରବାର ଘୋଷଣା କରାଯାଇଥିଲା । ଏହାପରେ ଫିଲ୍ମର ନିର୍ମାତା ସାଜିଦ ନାଡିଆୱାଲା ସୂଚନା ଦେଇଥିଲେ ଯେ, ‘ହାଉସଫୁଲ-୩’ର ନିର୍ଦ୍ଦେଶକ ଫରହାଦ ସାମଜୀ ଏବେ ଏହି ଫିଲ୍ମର ଦାୟିତ୍ୱ ନେବେ ।

ଫରହାଦ ସାମଜୀ ନିଜ ଭାଇ ସାଜିଦ ସାମଜୀଙ୍କ ସହିତ ମିଶି ହାଉସଫୁଲ ଫ୍ରାଞ୍ଚାଇଜର ପୂର୍ବ ଫିଲ୍ମ ‘ହାଉସଫୁଲ-୩’ର ସହ-ନିର୍ଦ୍ଦେଶନା ଭାର ତୁଲାଇଥିଲେ । କହିରଖୁଛୁ ଯେ, ଫିଲ୍ମର ମୁଖ୍ୟ ଅଭିନେତା ଅକ୍ଷୟ କୁମାର ଫିଲ୍ମର ସୁଟିଂକୁ କିଛି ଦିନ ପାଇଁ ବନ୍ଦ କରିବାକୁ ଶୁକ୍ରବାର ଘୋଷଣା କରିଥିଲେ । ଏବେ ଫିଲ୍ମର ସୁଟିଂ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି ।


ଯୌନ ଶୋଷଣର ଆରୋପ ଲାଗିବା ପରେ ସାଜିଦ ଟ୍ୱିଟ କରି କହିଥିଲେ ଯେ, ଏହି ଘଟଣା ଶାନ୍ତ ନହେବା ପର୍ଯ୍ୟନ୍ତ ସେ ନୈତିକତା ଦୃଷ୍ଟିରୁ ଏହି ଫିଲ୍ମରୁ ବାହାରିବାର ନିର୍ଣ୍ଣୟ ନେଇଛି । ତନୁଶ୍ରୀଙ୍କ ଅଭିଯୋଗ ପରେ ନାନା ପଟେକରଙ୍କୁ ମଧ୍ୟ ଏହି ଫିଲ୍ମରୁ ବାହାର କରିଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More