Only for Entertainment

#Metoo: ସାମ୍ବାଦିକଙ୍କ ପରେ ଏବେ କୈଳାସ ଖେରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଲେ ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ର !

patrika
61

ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ବୟାନ ଆସିଲା ସାମ୍ନାକୁ । ସେ ମଧ୍ୟ କୈଳାସ ଖେରଙ୍କ ଉପରେ ଲଗାଇଲେ ସାଂଘାତିକ ଆରୋପ । ଏହି ସମୟରେ ବଲିଉଡ ଜଗତରେ ତନୁଶ୍ରୀ ଦତ୍ତା ଏବଂ ନାନା ପାଟେକରଙ୍କ ବିବାଦ ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚର୍ଚ୍ଚା ଏବେ ଜୋର ଧରି ଥିବା ବେଳେ ଗୋଟେ ପରେ ଗୋଟେ ଷ୍ଟାରଙ୍କର ଖୁଲାସା ହେବାରେ ଲାଗିଛି । ସେମାନଙ୍କ ମଧ୍ୟରୁ ଗୋଟେ ନାଁ ହେଉଛି କୈଳାସ ଖେରଙ୍କର । କିଛି ଦିନ ତଳେ କୈଳାସ ଖେରଙ୍କର ନାଁ ରେ ୨ଜଣ ଜର୍ନାଲିଷ୍ଟ ସ୍ୱର ଉଠାଇଥିଲେ , ଯାହାପରେ ସେ ଭୂଲ ମଧ୍ୟ ମାଗିଥିଲେ । ମାତ୍ର ଆଉ ଏକ ମାମଲାର ଖୁଲାସା ହୋଇଛି । ଏହି ମୁଦ୍ଦା ଉଠାଇଛନ୍ତି ସୋନା ମହାପାତ୍ର । ସେ ମଧ୍ୟ କୈଳାସ ଖେରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଛନ୍ତି ।

ସୋନା ଟ୍ୱିଟ କରି କୈଳାସ ଖେରଙ୍କୁ ଆରୋପୀ ବୋଲି ବତାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ ଏହି ବ୍ୟକ୍ତି ଜଣକୁ ଲଜ୍ଜା ନାହିଁ । ନିଜକୁ ସାଧାରଣ ଏବଂ ସଙ୍ଗୀତ ପ୍ରତି ସମର୍ପଣ କରିଛନ୍ତି ବୋଲି ବତାଇଛନ୍ତି , ଏବଂ ନିଜର ଭୁଲିବା ରୋଗ ଅଛି ବୋଲି ମଧ୍ୟ କୁହନ୍ତି ।
ସୋନା ଲେଖିଛନ୍ତି ଯେ ତାଙ୍କର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲେ ଏହା କୈଳାସଙ୍କ ପାଇଁ କିଛି ବଡ କଥା ନୁହେଁ । ସୋନା ଏହା ମଧ୍ୟ କହିଛନ୍ତି ଯେ କେବଳ ଏହି ଦୁଇ ମହିଳା ନୁହଁନ୍ତ ବରଂ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଭଳି ଅନେକ ମହିଳାଙ୍କ ସହ ସେ ଏପରି କରିଥିବେ ।

ଶେଷରେ ସୋନା କହିଛନ୍ତି ଯେ, ସେ କୈଳାସଙ୍କ ସହ ପୃଥ୍ୱୀ କ୍ୟାଫେରେ ଦେଖା ହୋଇଥିଲା, ସେଠାରେ ସେ ତାଙ୍କ ଆଗାମୀ କନସର୍ଟ ବିଷୟରେ ସେ ଆଲୋଚନା କରିଥିଲେ । ତାଙ୍କର ବ୍ୟାଣ୍ଡ ପ୍ଲେ କରୁଥିଲେ ଏବଂ ସବୁ ସମୟ ପରି ସେ ସମୟରେ ମଧ୍ୟ କୈଳାସଙ୍କ ହାତ ସୋନାଙ୍କ ଜଂଘ ଉପରେ ଥିଲା । ହାତ ରଖି ସୋନାଙ୍କ ସୁନ୍ଦରତାର ପ୍ରଶଂସା କରି କହିଥିଲେ ଯେ ଯାହା ହେଉ ତୁମେ ଜଣେ ସିଙ୍ଗରଙ୍କୁ (ତାଙ୍କ ସ୍ୱାମୀ)ମିଳିଲ । କୌଣସି ଅଭିନେତାଙ୍କୁ ନୁହେଁ । ଏହା ଶୁଣି ସେଠାରୁ ଉଠି ପଳାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More