Only for Entertainment

ଲତା ମଙ୍ଗେସ୍କରଙ୍କ କଣ୍ଠରେ ଶୁଭିଲା ମୋଦିଙ୍କ କବିତା ।

26

କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଏବେ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇଥିବା ଜଣାପଡ଼ିଛି । ମୋଦୀଜୀ ଲେଖିଥିବା କବିତାକୁ ନିଜ ସ୍ୱର ଦେଇ ଏହାକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ଲତା ମଙ୍ଗେସ୍‌କର । ଲତାଜୀ ଗାଉଥିବା ସମୟର ଭିଡିଓ ମଧ୍ୟ ତାଙ୍କ ଟୁଇଟ୍‌ର ହ୍ୟାଣ୍ଡଲରେ ସେୟାର କରାଯାଇଥିବା ଦେଖା ଯାଇଛି ।

 

ଭିଡିଓରେ ଲତାଜୀ ନମସ୍କାର,କିଛି ଦିନ ତଳେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ଭାଷଣ ଶୁଣୁଥିଲି । ସେ ଏକ କବିତାର କିଛି ଧାଡ଼ି କହିଥିଲେ । ଯାହା ମୋତେ ବାସ୍ତବରେ ସବୁ ଭାରତୀୟଙ୍କ କଥା ବୋଲି ଅନୁଭବ ହୋଇଥିଲା । ସେ କହିଥିବା କବିତାର କିଛି ଧାଡ଼ି ମୋ ମନକୁ ଛୁଇଁଯିବା ପରେ ମୁଁ ତାକୁ ରେକର୍ଡ କରିଥିଲି । ଗୀତଟି ରେକର୍ଡ ହେବାର ପରେ ମୁଁ ଏହି ଗୀତକୁ ଦେଶର ବୀର ଯବାନ ଏବଂ ଦେଶର ଜନତାଙ୍କୁ ଉତ୍ସର୍ଗ କରୁଛି ବୋଲି କହୁଥିବା ଦେଖା ଯାଇଛି । ଲତାଜୀଙ୍କ ଭିଡିଓ ଟୁଇଟ୍‌ ପରେ ମୋଦୀ ତାଙ୍କ ଟୁଇଟ୍‌ର ଜବାବ ଦେଇ, ଏହି ଗୀତ ଆକାରରେ ଆପଣଙ୍କ ଠାରୁ ଆସିଥିବା ସ୍ନେହ ଏବଂ ଆଶୀର୍ବାଦ ମୋ ପାଇଁ ପ୍ରେରଣାର ସ୍ରୋତ ବୋଲି ଲେଖିଥିଲେ ମୋଦୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More