Only for Entertainment

ବଲିଉଡରେ ଡେବ୍ୟୁ କରିବେ ଏହି ଆକ୍ଟରଙ୍କ ପୁଅ ।

34

ଅଭିନତା ମିଜାନ ଜାଫ୍‌ରୀ ଫିଲ୍ମ ‘ମଲାଲ’ରୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ମିଜାନ ଅଭିନେତା ଜଭେଦ ଜାଫ୍‌ରୀଙ୍କ ପୁଅ ହୋଇଥିବା ବେଳେ ଜୁନ୍‌ ୨୮ରେ ତାଙ୍କ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରୁଛନ୍ତି ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ଭାଣିଜୀ ଶରମିନ ଶେହଗଲ । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି ।

 

ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ପ୍ରମୋସନ ସମୟରେ ମିଜାନ ନିଜ ପିତାଙ୍କ ସଂଘର୍ଷ ବିଷୟରେ ଆଲୋଚନା କରିଥିଲେ । ତାଙ୍କ କହିବା ଅନୁଯାୟୀ, ମୁଁ ମୋ ବାପାଙ୍କୁ ଉଭୟ ଭଲ ଏବଂ ଖରାପ ସମୟ ଦେଇ ଗତି କରିଥିବା ଦେଖିଛି । ଏମିତି ଏକ ସମୟ ଥିଲା, ଯେତେବେଳେ ଘରର ବିଲ୍‌ ଏବଂ ମୋର ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ହିଁ କେବଳ ସେ ଫିଲ୍ମ କରୁଥିଲେ । ମୋତେ ସୁଖମୟ ଜୀବନ ଦେବା ପାଇଁ ତାଙ୍କୁ ମୁଁ ଅନେକ ସମୟରେ ସଂଘର୍ଷ କରିଥିବା ଦେଖିଛି । ଏବେ ମୋ ପାଳି ଆସିଛି । ମୁଁ ମୋ ଦକ୍ଷତାକୁ ପ୍ରମାଣ କରିବା ସହ ବାପାଙ୍କୁ ନିଶ୍ଚୟ ଗର୍ବିତ କରିବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More